ରାଉରକେଲା : ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କାନାକୁଣ୍ଡ ପାଇଁ ପୋଲିସ୍ ର ସତର୍କ ସୂଚନା ।। ଜରୁରୀ ସ୍ଥିତି ପାଇଁ ୪ ଟି ମୋବାଇଲ ନମ୍ବର ଜାରି।

0 248

ରାଉରକେଲା:୭/୧(ସତ୍ୟାନ୍ୟୁଜ) ଜିଲ୍ଲାର ପ୍ରମୁଖ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ କାନାକୁଣ୍ଡ୍ ଲାଗି ସୁନ୍ଦରଗଡ଼ ପୋଲିସ୍ ଜାରି କରିଛି ସତର୍କ ସୂଚନା। ଏହି ସ୍ଥାନକୁ ଏକ ବିପଦ ସଙ୍କୁଳ ସ୍ଥାନ ଭେବେ ବିବେଚନା କରାଯାଇଛି। ଏହି
ପଥରଶଯ୍ୟା ପର୍ଯ୍ୟଟନ ସ୍ଥଳୀରେ ମଦ୍ୟପାନ କୁ ନିଷେଧ କରା ଯାଇ ଥିବା ବେଳେ ମଦ୍ୟପାନ କରି ପଥର ଶଯ୍ୟା ନିକଟ କୁ ନଯିବାକୁ ପରାମର୍ଶ ଦିଆ ଯାଇଛି। ଏହାଛଡା ପଥର ଶଯ୍ୟା ମଧ୍ୟରେ ଗାଧୋଇବା ବାରଣ କରା ଯାଇଥିବା ବେଳେ ଏଠାରେ ସେଲ୍ଫି ନେବା ଏବଂ ଫଟୋ ଉଠାଇବାକୁ ମଧ୍ୟ ବାରଣ କରା ଯାଇଛି। ଜରୁରୀ ପରିସ୍ଥିତିରେ ପୋଲିସ୍ କୁ ଯୋଗାଯୋଗ କରିବାକୁ ତଳସରା ଥାନା ପକ୍ଷରୁ ୪ଟି ମୋବାଇଲ୍ ଫୋନ୍ ନମ୍ବର ଜାରି କରା ଯାଇଛି।
କାନାକୁଣ୍ଡ୍ ପର୍ଯ୍ୟଟନ ସ୍ଥଳୀ ରାଉରକେଲା ରୁ ୧୨୮ କିଲୋମିଟର ହୋଇଥିବା ବେଳେ ସୁନ୍ଦରଗଡ଼ ଟାଉନ୍ ରୁ ୪୪ କିଲୋମିଟର । ବାଲିଶଙ୍କରା ନିକଟରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀକୁ କେବଳ ଓଡ଼ିଶା ନୁହେଁ ପଡୋଶୀ ଛତିଶଗଡ ଏବଂ ଝାଡ଼ଖଣ୍ଡ ରୁ ମଧ୍ୟ ପର୍ଯ୍ୟଟକ ମାନେ ଆସିଥାନ୍ତି। ଲାଲ ଏବଂ ଧୂସର ବାଲି ପଥର ମଧ୍ୟ ଦେଇ ବହି ଯାଇଥିବା ଇବ୍ ନଦୀର ଦୃଶ୍ୟ ଏଠାରେ ବେଶ୍ ମନୋରମ ହୋଇଛି। ବିଶେଷ କରି ସକାଳ ଏବଂ ସନ୍ଧ୍ୟା ସମୟର ସୂର୍ଯ୍ୟଦୟ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ଦେଖିଲେ କେବଳ ଏହାର ସୁନ୍ଦରତା କୁ ଅନୁଭବ କରି ହେବ।
ଏବେ ପିକନିକ୍ ଋତୁ ଥିବାରୁ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରୁ ବଣଭୋଜି କରିବାକୁ ଲୋକମାନେ ଆସୁଛନ୍ତି। ପୂର୍ବରୁ ଏହି ପର୍ଯ୍ୟଟନ ସ୍ଥଳୀ ରେ ଅସାବଧାନତା ଯୋଗୁଁ ପାଣିରେ ଖସି ପଡ଼ି ଅନେକ ଯୁବକ ଯୁବତୀ ମୃତ୍ୟୁ ବରଣ କରିଥିବାରୁ ପୋଲିସ୍ ଲୋକଙ୍କ ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କରିଛି
ଏତେ ବିପଦ ସ୍ୱତ୍ତେ ମଧ୍ୟ କାନାକୁଣ୍ଡ୍ ର ଆକର୍ଷଣ ଲୋକଙ୍କୁ ଟାଣି ଆଣୁଛି। ତେବେ ସତର୍କ ରହି ଏଠାରେ ପ୍ରକୃତି ର ସୁନ୍ଦରତା କୁ ଉପଭୋଗ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରା ଯାଇଛି।

Leave A Reply

Your email address will not be published.