ରାଉରକେଲା : ଛେଣ୍ଡ କଲୋନୀ ଅଞ୍ଚଳରୁ ଦୁଇ ପେଶାଦାର ଚୋର ଗିରଫ।। ସୁନା ରୂପା ଗହଣା ସହ ସ୍କୁଟି ଜବତ୍।

0 158

ରାଉରକେଲା:୬/୧(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳରେ ଘନ ଘନ ଚୋରି ପୋଲିସ୍ ର ନିଦ ହଜାଇ ଦେଇଥିଲା। ବାରମ୍ବାର ଘର କବାଟ ଭାଙ୍ଗି ଚୋରି ଯୋଗୁଁ ଲୋକଙ୍କ ମନରେ ମଧ୍ୟ ଭୟ ଦେଖା ଯାଉଛି। ଏହି ସମୟରେ କଲୋନୀର ଫେଜ୍ – ୧ ରେ ରହୁଥିବା ସନ୍ଧ୍ୟାରାଣୀ ମହାପାତ୍ରଙ୍କ ଘରୁ ଚୋରି ପୋଲିସ୍ ର ଚିନ୍ତା ବଢାଇ ଦେଇଥିଲା। ସନ୍ଧ୍ୟା ରାଣୀ ପରିବାର ସହ ଡିସେମ୍ବର ୨୨ ତାରିଖରେ ଭୁବନେଶ୍ଵର ଯାଇଥିଲେ। ସେଠାରୁ ଫେରିବା ପରେ ୨ ତାରିଖ ଦିନ ସକାଳେ ତାଙ୍କ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ଚୋର ମାନେ ଘର କବାଟ ଭାଙ୍ଗିବା ସହ ଆଲମୀରା ଭାଙ୍ଗି ସୁନା ରୂପା ଗହଣା ଏବଂ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିଲା। ସନ୍ଧ୍ୟାରାଣୀ ଚୋରି ସମ୍ପର୍କରେ ଥାନାରେ ରିପୋର୍ଟ କରିବା ପରେ ପୋଲିସ ତଦନ୍ତ କରି ଚନ୍ଦନ ସିଂ ଏବଂ କାଶୀନାଥ ମାଝି ନାମକ ଦୁଇ ଜଣ ପେଶାଦାର ଚୋରକୁ ଗିରଫ କରିବା ସହ ଗହଣା , ନଗଦ ଟଙ୍କା ଏବଂ ଏକ ସ୍କୁଟି ଜବତ୍ କରିଛନ୍ତି। ଚନ୍ଦନ ନାମରେ ରାଉରକେଲାର ବିଭିନ୍ନ ଥାନାରେ ୩୦ ରୁ ଉର୍ଦ୍ଧ୍ବ କେଶ୍ ରହିଛି।
ଅନ୍ୟଏକ ଘଟଣାରେ ଘରେ କେହି ନଥିବା ବେଳେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ଜଣେ ଯୁବକ କୁ ଘର ମାଲିକ ଧରି ପୋଲିସ୍ ଜିମା ଦେଇଛନ୍ତି।

Leave A Reply

Your email address will not be published.