ରାଉରକେଲା : ପରିବହନ ବିଭାଗ ଆକ୍ସନ ମୋଡ୍ ରେ ।।ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ବସ୍ ଡ୍ରାଇଭର ଅଟକ।। କଟିଲା ଚାଲାଣ।।

0 176

ରାଉରକେଲା:୫/୧(ସତ୍ୟାନ୍ୟୁଜ)
” ଆଜି ପିଇ ନାହିଁ। ଗତକାଲି ପିଇ ଥିଲି। କାନଧରି କହୁଛି ଆଉ ମଦ ପିଇ ଗାଡ଼ି ଚଳାଇବି ନାହିଁ। ” ଏପରି ବ୍ୟକ୍ତବ୍ୟ ଥିଲା ଜଣେ ବସ୍ ଡ଼୍ରାଇଭରଙ୍କର। ଯାଞ୍ଚ ବେଳେ ଧରାପଡ଼ିବା ପରେ ସେ ଏପରି କହିଥିଲେ ।
ଆମ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉ ଥିବାରୁ ପରିବହନ ବିଭାଗ ଏବେ ତତ୍ପର ହୋଇ ଉଠିଛି। ଦୁର୍ଘଟଣା ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଆକ୍ସନ୍ ମୋଡ୍ ରେ ପରିବହନ ବିଭାଗ। ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତା କୁ ଦୃଷ୍ଟିରେ ରଖି ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ବଡ ଧରଣର ଏନଫୋର୍ସମେଣ୍ଟ ଆରମ୍ଭ କରା ଯାଇଛି। ରାଉରକେଲା ଇସ୍ପାତ ସହରରେ ମଧ୍ୟ ଗତକାଲି ଠାରୁ ପରିବହନ ବିଭାଗ ଆମ ବସ୍ ସହ ଅନ୍ୟ ଯାତ୍ରୀବାହୀ ବସ୍ ର ଯାଞ୍ଚ ଆରମ୍ଭ କରିଦେଇଛନ୍ତି।
ବସ୍ ଡ୍ରାଇଭର ମାନେ ଗାଡ଼ି ଚଳାଇବା ବେଳେ ନିଶା ସେବନ କରିଛନ୍ତି କି ନାହିଁ , ଗାଡ଼ିର ଫିଟନେସ୍, ପ୍ରଦୂଷଣ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଯାଞ୍ଚ କରୁଛନ୍ତି। ଆଜି ହନୁମାନ ବାଟିକା ଛକ , ପାନପୋଷ ଛକ ରେ ଯାଞ୍ଚ କରା ଯାଉଛି। ଗତକାଲି ଯାଞ୍ଚ ରେ ବିଶେଷ ତ୍ରୁଟି ପରିଲକ୍ଷିତ ହୋଇ ନଥିବା ବେଳେ ଆଜି ମଦ୍ୟ ପାନ କରି ବସ୍ ଡ୍ରାଇଭ୍ କରିବା ଅଭିଯୋଗରେ ଜଣେ ଧରା ପଡିଛି। ଏହି ବସ୍ ଟି ରାଜ୍ୟ ବାହାରକୁ ଯାଉଥିବା ବେଳେ ଯାତ୍ରୀ ମାନଙ୍କ ସୁରକ୍ଷା କୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ଼୍ରାଇଭରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆ ଯାଇଛି। ଏହି ଯାଞ୍ଚ ବ୍ୟବସ୍ଥା ଆଗକୁ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.