ରାଉରକେଲା : କଲ୍ୟାଣୀ ରାୟ ସେବା ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କଲେ ବଣ୍ଟନ।

0 130

ରାଉରକେଲା:୪/୧(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ କଲ୍ୟାଣୀ ରାୟ ସେବା ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ କରା ଯାଇଛି। ପ୍ରବଳ ଶୀତ ଅନୁଭୂତ ହେଉ ଥିବାରୁ ଅସହାୟ ଲୋକମାନଙ୍କୁ ଶନିବାର ଦିନ କମ୍ବଳ ବଣ୍ଟନ କରା ଯାଇଥିଲା। ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ ଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ରାୟ ସଂଗଠନର ଏପରି ସେବା ମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ସମାଜରେ ରହୁଥିବା ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରିବା ଲାଗି ସେ ସଂଗଠନର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ନବବର୍ଷ ଉପଲକ୍ଷେ କଲ୍ୟାଣୀ ରାୟ ସେବା ସଂଗଠନ ର କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚନ କରାଯାଇ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.