ରାଉରକେଲା : ଘର ଭାଙ୍ଗି ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ।। ନଗଦ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା , ଲୁଟ୍ ସୁନା ଗହଣା ଜବତ।।
ରାଉରକେଲା:୪/୧(ସତ୍ୟାନ୍ୟୁଜ) ରାଉରକେଲା ସେକ୍ଟର ଅଞ୍ଚଳରେ କ୍ୱାର୍ଟର ରୁ ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ଜଣେ ପୁରୁଣା
ଅଭ୍ୟାସଗତ ଅପରାଧୀ କୁ ୭ ନମ୍ୱର୍ ଥାନା ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଠାରୁ ପୋଲିସ୍ ଲୁଟ୍ କରିଥିବା ଲକ୍ଷାଧିକ ଟଙ୍କା ର ସୁନା ଗହଣା , ନଗଦ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରିଛନ୍ତି। ୮ ନମ୍ୱର୍ ସେକ୍ଟର ରେ ରହୁଥିବା ରତ୍ନାକର କିଶାନ ତାଙ୍କ ପତ୍ନୀଙ୍କ ସହ ମାର୍କେଟ ଯାଇଥିବା ବେଳେ ସଂଧ୍ୟା ବେଳେ ପୂର୍ଣ୍ଣ ଘର ଆଜବେଷ୍ଟସ ଭାଙ୍ଗି ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିଲା। ପୋଲିସ୍ ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିବା ସହ ସମସ୍ତ ସୁନା ଗହଣା ଏବଂ ନଗଦ ତାଙ୍କ ଜବତ୍ କରିଛନ୍ତି।
ଅନ୍ୟ ଏକ ମାମଲାରେ ୧୯ ନମ୍ୱର୍ ସେକ୍ଟର ଥାନା ପୋଲିସ୍ ଦୁଇ ଜଣ
ଛିନତାଇ କରୁଥିବା ଲୁଟେରା ଙ୍କୁ ଗିରଫ କରିବା ସହ ଲୁଟ୍ ବ୍ୟାଗ୍ ଏବଂ ଟଙ୍କା ଉଦ୍ଧାର କରିଛନ୍ତି। ପୂଜା ନାମ୍ନୀ ଜଣେ ଯୁବତୀ ୧୯ ନମ୍ୱର୍ ସେକ୍ଟର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରୁ ଟଙ୍କା ଉଠାଇ ସାଇକେଲ ରେ ଘର କୁ ଫେରୁଥିବା ବେଳେ ଏହି ଦୁଇ ଲୁଟେରା ବାଇକ୍ ରେ ଆସି ତାଙ୍କ ବ୍ୟାଗ୍ ଲୁଟି ନେଇଥିଲେ। ପୋଲିସ୍ ତଦନ୍ତ କରି ଦୁଇ ଲୁଟେରା ଙ୍କୁ ଗିର କରିଛନ୍ତି।