ରାଉରକେଲା : ସଫେଇ କର୍ମଚାରୀଙ୍କୁ ବଣ୍ଟା ଗଲା କମ୍ବଳ।।ସଫେଇ କର୍ମଚାରୀଙ୍କ ପ୍ରତି ଗଭୀର ସହାନୁଭୂତି ଦେଖାଇଲେ ଆରଏମସି କମିଶନର।
ରାଉରକେଲା :୨/୧/୨୦୨୫
(ସତ୍ୟାନ୍ୟୁଜ) ସାରା ସହର ଯେତେବେଳେ ଶୋଇ ଥାଏ ସେତେ ବେଳେ ରାସ୍ତା ଉପରେ କାମ କରି ଥାଆନ୍ତି ସେମାନେ। ରାଉରକେଲାରେ ଡିସେମ୍ବର, ଜାନୁଆରୀ ମାସ ପ୍ରବଳ ଥଣ୍ଡାରେ ଆମେ ରେଜେଇ କିମ୍ବା କମ୍ବଳ ତଳେ ଉଷ୍ମତା ଅନୁଭବ ପୂର୍ବକ ସୋଇଥିବା ବେଳେ ସେମାନେ ରାସ୍ତା ସଫା କରି ଥାଆନ୍ତି। ନିଜ ଘର କିମ୍ବା ଦୋକାନ ଆଗରେ ଆମେ ଯେଉଁ ଅଳିଆ ରାତିରେ ପକାଇ ଥାଉଁ ସେହି ଅଳିଆ କୁ ରାତି ଚାରି ଟା ବେଳେ ଆସି ଉଠାଇ ନେଇ ଥାଆନ୍ତି ମହା ନଗର ନିଗମ ସଫେଇ କର୍ମଚାରୀ। ଥଣ୍ଡା ହେଉ କି ବର୍ଷା ସେମାନେ ତାଙ୍କ କାମ ଜାରି ରଖି ଥାଆନ୍ତି।
ଏହି ସଫେଇ କର୍ମଚାରୀ ମାନଙ୍କୁ ଆଜି ରାଉରକେଲା ମହାନଗର ନିଗମ କମିଶନର ଦିନା ଦସ୍ତଗିର କମ୍ବଳ ପ୍ରଦାନ କରିଛନ୍ତି । ନୂତନ ବର୍ଷର ପ୍ରାରମ୍ଭରେ ସଫେଇ କର୍ମଚାରୀଙ୍କ କାମକୁ ଭୂୟସୀ।ପ୍ରଶଂସା କରିବା ସହ କମିଶନର ସେମାନଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।