ସୁନ୍ଦରଗଡ଼: ୨/୧/୨୫
(ସତ୍ୟାନ୍ୟୁଜ)
ସୁନ୍ଦରଗଡ ଜିଲ୍ଲା ପାଳନ କରୁଛି ୭୯ ତମ ପ୍ରତିଷ୍ଠା ଦିବସ। ଗତକାଲି ସମଗ୍ର ବିଶ୍ବ ନବବର୍ଷ ପାଳନ କରୁ ଥିଲା ବେଳେ ସୁନ୍ଦରଗଡ଼ ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଏହି ଅବସରରେ ସ୍ଥାନୀୟ ସମଲେଇ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସୁନ୍ଦରଗଡ଼ ସହର ପରିକ୍ରମା କରିଥିଲା। ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ପୌର ଅଧ୍ୟକ୍ଷା ତନୟା ମିଶ୍ରଙ୍କ ସମେତ ଜିଲ୍ଲାପାଳ , ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ , ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସୁନ୍ଦରଗଡ଼ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମସ୍ତ ୧୭ ଟି ବ୍ଲକ ରୁ ୧୭ ଟି ସାଂସ୍କୃତିକ ଦଳ ସହ ଦୂଲଦୁଲି ବାଜା ସହରଙ୍କୁ କମ୍ପେଇ ଦେଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।