ବଣାଇ : ଧାନ ଚୋରା ଚାଲାଣ ବେଳେ ଯୋଗାଣ ବିଭାଗର ଚଢ଼ାଉ।। ଧାନ ବୋଝେଇ ପିକଅପ୍ ଭ୍ୟାନ ଜବତ।

0 215

ବଣାଇ : ୩୧/୧୨(ସତ୍ୟାନ୍ୟୁଜ) ଧାନ ଚୋରା ଚାଲାଣ ହେଉଥିବା ବେଳେ ବଣାଇ ଯୋଗାଣ ବିଭାଗ ଚଢାଉ କରି ଧାନ ବୋଝେଇ ଗାଡ଼ିକୁ ଜବତ କରିଛି। ଏହି ଧାନ ଦେବଗଡ଼ ଅଞ୍ଚଳରୁ ବଣାଇ କୁ ଚାଲାଣ ହେଉଥିଲା। ବଣାଇ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ଧାନ ଚୋରା ଚାଲାଣ ଉପରେ ନଜର ରଖିଥିଲା। ମଙ୍ଗଳବାର ଦିନ ଦେବଗଡ଼ ଅଞ୍ଚଳରୁ ବଣାଇ କୁ ଏକ ପିକଅପ୍ ଭ୍ୟାନ୍ ରେ ଧାନ ଚାଲାଣ ହେଉଥିବା ବେଳେ ସିଆଯୋର୍ ନିକଟରେ ବଣାଇ ଯୋଗାଣ ବିଭାଗ ସ୍କ୍ୱାର୍ଡ ହାବୁଡ଼ ରେ ପଡ଼ି ଯାଇଥିଲା। ବଣାଇ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରଧାନ ଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ଧାନ ଚୋରା ଚାଲାଣ ରୋକିବାକୁ ଚଢାଉ ଜାରି ରହିବ ବୋଲି ବଣାଇ ଉପଖଣ୍ଡ ଯୋଗାଣ ଅଧିକାରୀ ବିଜୟ କୁମାର ସାହୁ କହିଛନ୍ତି।

Leave A Reply

Your email address will not be published.