ସୁନ୍ଦରଗଡ଼ : ବାର୍ଷିକ କ୍ରୀଡା ଉତ୍ସବରେ ଦୌଡୁ ଥିବା ବେଳେ ଛାତ୍ରଙ୍କ ମୃତ୍ୟୁ।। ଏକଲବ୍ୟ ବିଦ୍ୟାଳୟ ଛାତ୍ର ଜୟଦୀପ ବେକ୍।

0 191

ସୁନ୍ଦରଗଡ଼ : ୩୧/୧୨/୨୫
(ସତ୍ୟାନ୍ୟୁଜ)
ସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା । ୪ ଶହ ମିଟର ରିଲେ ରେସ୍ ରେ ଭାଗ ନେଇ ଦୌଡୁଥିଲା ଏକାଦଶ ଶ୍ରେଣୀର ଛାତ୍ର ଜୟଦିପ୍। ହେଲେ ପ୍ରଥମ ରାଉଣ୍ଡ ଦୌଡୁ ଦୌଡୁ ହଠାତ ଟଳି ପଡ଼ିଲା। ସୁନ୍ଦରଗଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଲୟର ଛାତ୍ର ଜୟଦୀପ ସାଗର ବେକଙ୍କ ଏପରି ଆକସ୍ମିକ ଭାବେ ଜୀବନ ଚାଲି ଯାଇଛି । ଭବାନୀପୁର ଅଞ୍ଚଳର ଜୟଦୀପ ଚଳିତ ବର୍ଷ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀରେ ଆଡ଼ମିଶନ ନେଇଥିଲେ । ମାତ୍ର ୬ ମାସ ହୋଇଥିଲା ସ୍କୁଲରେ । ଆଜି ସ୍କୁଲ ର କ୍ରୀଡା ପ୍ରତିଯୋଗୀତା ରେ ଭାଗ ନେଇ ଦୌଡୁ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ କୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୁଅର ମୃତ୍ୟୁ ଖବର ଶୁଣିଲା ପରେ ତାଙ୍କର ମାଆ ଙ୍କ କାନ୍ଦି କାନ୍ଦି ଅବସ୍ଥା ବେହାଲ୍ ହୋଇଯାଇଛି । ମେଡିକାଲ ରେ ସାଙ୍ଗସାଥୀ, ମାଆ ବାପା, ବିଦ୍ୟାଳୟ ର ଅଧ୍ୟକ୍ଷା, ଜିଲ୍ଲା ମଙ୍ଗଳ ଅଧିକାରୀ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ପହଞ୍ଚି ବୁଝାସୁଝା କରୁଛନ୍ତି ।

Leave A Reply

Your email address will not be published.