ରାଉରକେଲା : ଜାଲ୍ ପିସ୍ତଲ୍ ଲାଇସେନ୍ସ କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗ କିଙ୍ଗପିନ୍ ରତନ ସା ସମେତ ୩ ଗିରଫ।। ପିସ୍ତଲ , ଗୁଳି ଜବତ।
ରାଉରକେଲା : ୩୦/୧୨
(ସତ୍ୟାନ୍ୟୁଜ) ପାଞ୍ଚ ଲକ୍ଷରୁ ଦଶ ଲକ୍ଷ ଟଙ୍କା ରେ ମିଳି ଯାଉଛି ପିସ୍ତଲ୍ ଲାଇସେନ୍ସ ସହ ପିସ୍ତଲ୍। ଜାଲ୍
ଡକୁମେଣ୍ଟସ୍ ଜରିଆ ରେ ବାହାର ରାଜ୍ୟରୁ ବନ୍ଧୁକ ଲାଇସେନ୍ସ କରାଇ ଦେଉଥିବା ଏକ ଅନ୍ତରାଜ୍ୟ
ଅଗ୍ନେୟାସ୍ତ୍ର କାରବାର ରାକେଟ୍ ର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଏହି ଗ୍ୟାଙ୍ଗ ର କିଙ୍ଗପିନ୍ ରତନ ସା କୁ ପୋଲିସ୍ ବାସନ୍ତୀ କଲୋନୀ ରୁ ଗିରଫ କରିଛି। ଏହା ସହ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ୍ ୩ ଟି ପିସ୍ତଲ୍, ୩୦ ଟି ଜୀବନ୍ତ ଗୁଳି , ଜାଲ୍ ପିସ୍ତଲ ଲାଇସେନ୍ସ ସମ୍ପର୍କିତ କାଗଜ ପତ୍ର ଜବତ୍ କରିଛନ୍ତି। ଏହି ଗ୍ୟାଙ୍ଗ ରାଉରକେଲା , କୋଲକାତା ଏବଂ ନାଗାଲ୍ୟାଣ୍ଡ ରୁ ଅପରେଟ୍ କରୁଥିଲା। ପୋଲିସ୍ ସହର ର ଆଉ କେତେକ ବ୍ୟବସାୟୀ ଙ୍କୁ ଅଟକ ରଖି ଏ ବାବଦରେ ପଚରା ଉଚୁରା କରୁଛି। ରାଉରକେଲା ଏସପି ଙ୍କ ନେତୃତ୍ୱରେ ଗତ ଦୁଇ ଦିନ ଧରି ରାଉରକେଲା ର ବିଭିନ୍ନ ସ୍ଥାନରେ ଏହି ଚଢାଉ କରା ଯାଇଥିଲା