ସୁନ୍ଦରଗଡ଼ : କଟନି କୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ।।କଟନି ଛଟନି କୁ ନେଇ ବିଭିନ୍ନ ମଣ୍ଡି ରେ ଲାଗି ରହିଛି ବିବାଦ।।
ବଣାଇ : ୨୭/୧୨(ସତ୍ୟାନ୍ୟୁଜ) ଖରିଫ୍ ଧାନକିଣାକୁ ନେଇ ଅନେକ ମଣ୍ଡି ରେ ବିବାଦ ଜାରି ରହିଛି। ଗତକାଲି ସ୍ଥିତି ଏପରି ହେଲା ଯେ ଚାଷୀ ମାନେ ଚାନ୍ଦିପୋଷ ଠାରେ ୧୪୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଥିଲେ। ସୁନ୍ଦର ଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ର ଚାନ୍ଦିପୋଷ ମଣ୍ଡିରେ ୪ କେଜି ଧାନ କାଟିବାକୁ ନେଇ ଚାଷୀ ଏବଂ ମିଲର୍ ଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଚାଷୀ ମାନେ ମିଲର୍ ଙ୍କ ଗାଡ଼ି ଅଟକାଇ ଥିଲେ। ମାତ୍ର କଟନି କୁ ନେଇ ମିଲର୍ ଜିଦ୍ ଧରିବାରୁ ଚାଷୀ ମାନେ ରାଜପଥ ଅବରୋଧ କରିଥିଲେ। ପରେ ବାଙ୍କୀ ଏମଡି ଅନ୍ୟ ଅଧିକାରୀ ଚାଷୀ ଙ୍କୁ
ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ରାଜ୍ୟ ସରକାର କଟନି ଛଟନି ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମଣ୍ଡି ଖୋଲୁ ଖୋଲୁ ଅବ୍ୟବସ୍ଥା ଦେଖା ଗଲାଣି।
କେଉଁଠି କଟନି ଛଟନି ବିବାଦ ତୁଟି ନଥିବା ବେଳେ ଆଉ କେଉଁଠି
ଟୋକନ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଛି। ସ୍ଥାନୀୟ ମଣ୍ଡି ପ୍ରାୟ ଖୋଲି ଯାଇଥିବା ବେଳେ ଚାଷୀ ମଣ୍ଡିକୁ ଧାନ ନେବା ଆରମ୍ଭ କରିଛି। ମିଲର୍ସ ମାନେ କୁଇଣ୍ଟାଲ୍ ପିଛା ୪ କେଜି ଧନ କଟନି ଜିଦ୍ ଧରିଥିବା ବେଳେ ଚାଷୀ ମାନେ ୩ କେଜି କଟନି ପାଇଁ ସହମତି ହୋଇଥିବା ଜଣା ପଡ଼ିଛି। ତେବେ ମିଲର୍ସ ମାନେ ୪ କେଜି ଧାନ କାଟିବା ଜିଦ୍ ରେ ଅଡି ବସିଥିବାରୁ ରାଜ୍ୟର ବିଭିନ୍ନ ମଣ୍ଡିରେ ବିବାଦ ଲାଗି ରହିଛି।