ରାଉରକେଲା : ରାଉରକେଲାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।। ରାଜଗାଙ୍ଗପୁର ରେ ବିପୁଳ ସମ୍ବର୍ଦ୍ଧନା।

0 247

ରାଉରକେଲା : ୨୬/୧୨
(ସତ୍ୟାନ୍ୟୁଜ) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଉରକେଲାରେ ପହଞ୍ଚିବା ପୂର୍ବରୁ ରାଜଗାଙ୍ଗପୁରରେ ମନ୍ତ୍ରୀ ଙ୍କୁ ସ୍ୱାଗତ କରାଯାଇ ଥିଲା।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଗସ୍ତରେ ଯାଉଥିବା ବେଳେ ରାଜଗାଙ୍ଗପୁର ସହରର ରାଣୀବନ୍ଧ ନିକଟରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଥିଲେ। ଆସନ୍ତାକାଲି ଶ୍ରୀ ପ୍ରଧାନ ରାଉରକେଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୫୦ ତମ ରାଜ୍ୟ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ୬ ନମ୍ୱର୍ ସେକ୍ଟର ସରସ୍ଵତୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଏନ୍ ଆଇ ଟି ରେ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.