ରାଉରକେଲା : ଦୁର୍ଘଟଣା ପରେ ଗାଡ଼ିରେ ଲାଗି ଗଲା ନିଆଁ।। ଦୁଇ ଡ୍ରାଇଭର ମୃତ।

0 287

ଭୟଙ୍କର ଦୁର୍ଘଟଣା
ଟ୍ରକ ଓ ହାଇୱା ମଧ୍ୟରେ ଭୀଷଣ ଧକ୍କା ପରେ ଲାଗିଗଲା ନିଆଁ । ଦୁଇ ଚାଳକ ମୃତ
ରାଉରକେଲା/କୋଇଡା: ୨୭/୧୨
(ସତ୍ୟାନ୍ୟୁଜ)
ଜାତୀୟ ରାଜପଥ ୫୨୦ ର ଡେଥ୍ ଜୋନ୍ ପାଲଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଗାଡ଼ି ଚାଳକ ପ୍ରାଣ ହରାଇଛନ୍ତି । ଗତକାଲି ମଧ୍ଯ ରାତ୍ରିରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା। କେ ବଲାଙ୍ଗ ଥାନା ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ କୋଇଡା ଅଗ୍ନିଶମ ବାହିନୀର ସହାୟତା ଲୋଡା ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ନିଆଁ କୁ ଆୟତ୍ତ କରିବା ସହ ଦୁଇ ଚାଳକ କୁ କଟର୍ ଜରିଆରେ କାଟି ଉଦ୍ଧାର କରିଥିଲେ । ସେତେବେଳକୁ ଦୁଇ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟପଟେ ଦୁର୍ଘଟଣା ଯୋଗୁଁ ରାଜପଥରେ ଯାଉଥିବା ଗାଡି ଗୁଡ଼ିକର ଲମ୍ବା ଲାଇନ୍ ଲାଗିଥିଲା । ପୁଲିସ୍ ଘଟଣାର ତଦନ୍ତ ଜାରି ରଖି ଥିବା ବେଳେ ଉଭୟ ମୃତ ଦେହକୁ ବ୍ୟବଛେଦ ନିମନ୍ତେ ପଠାଇଛନ୍ତି।

Leave A Reply

Your email address will not be published.