ବଣାଇ : ଉପଖଣ୍ଡ ଡାକ୍ତରଖାନା ସ୍ଥାନାନ୍ତର ଉଦ୍ୟମ ଅଭିଯୋଗ।। ଉଦ୍ୟମ କୁ ତୀବ୍ର ବିରୋଧ।। ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ ସଭା।

0 233

ବଣାଇ: ୨୬/୧୨(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ ଡାକ୍ତରଖାନା କୁ ଟାଉନ୍ ମଧ୍ୟରୁ ଉଠାଇ ନେବାକୁ ଚାଲିଛି ଯୋଜନା। ଏଥିପାଇଁ ସରକାରୀ ଭାବେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ଡାକ୍ତରଖାନା ସ୍ଥାନାନ୍ତର ପ୍ରତିବାଦରେ ଆଜି ବିଭିନ୍ନ ରାଜନୈତିକ ଦଳ, ବଣାଇ ବଣିକ ସଙ୍ଘ ଏବଂ ଅନ୍ୟ କେତେକ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା କରା ଯାଇଥିଲା। ଆଖ ପାଖ ଅଞ୍ଚଳର ଗ୍ରାମବାସୀ , ମହିଳା ସଙ୍ଗଠନ ଏକତ୍ରିତ ହୋଇ ଡାକ୍ତରଖାନା ସ୍ଥାନାନ୍ତର ଉଦ୍ୟମ କୁ ବିରୋଧ କରୁଥିଲେ । ଯଦି ଉପଖଣ୍ଡ ଡାକ୍ତରଖାନା ସ୍ଥାନାନ୍ତର ନିଷ୍ପତ୍ତି କୁ ବନ୍ଦ କରା ନଯାଏ ତେବେ ଆଗାମୀ ଦିନରେ ବଣାଇ ବନ୍ଦ ସହିତ ଡାକ୍ତର ଖାନା ଆଗରେ ଅନଶନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି।

Leave A Reply

Your email address will not be published.