ରାଉରକେଲା : ବାଇକ୍ ଚୋରି ରାକେଟ୍ ର ପର୍ଦ୍ଦାଫାସ।। ଜଣେ ଗିରଫ।। ୬ ଚୋରା ବାଇକ୍ ଜବତ।

0 59

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୬ଟି ଚୋରା ବାଇକ୍ ଜବତ । ଜଣେ ଗିରଫ।
ରାଉରକେଲା:୧୩/୭
(ସତ୍ୟାନ୍ୟୁଜ) ପ୍ଲାଣ୍ଟସାଇଟ୍ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା । ପୋଲିସ୍ ୫ଟି ମୋଟରସାଇକେଲ ଚୋରି ମାମଲାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ବାଇକ୍ ଚୋରି ଅଭିଯୋଗରେ *ଯୋଗେନ୍ଦ୍ର କାଲେତ ଓରଫ ଜିତୁ କୁ ଗିରଫ କରାଯାଇଛି।
ଅଭିଯୁକ୍ତଙ୍କ ନିକଟରୁ ମୋଟ ୬ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି। ଏଥିରେ ହିରୋ ପ୍ୟାସନ୍ ପ୍ରୋ, ହୋଣ୍ଡା ପିଏସ-୧୨୫, ହିରୋ ଏଚଏଫ୍ ଡିଲକ୍ସ, ଦୁଇଟି ଆପାଚି ଏବଂ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ବାଇକ୍ ରହିଛି।
ତଦନ୍ତ ସମୟରେ ବନ୍ଧମୁଣ୍ଡା ଥାନାର ଏକ ମାମଲା ସହ ପ୍ଲାଣ୍ଟସାଇଟ୍ ଥାନାର ୪ଟି ବାଇକ୍ ଚୋରି ମାମଲାର ସମାଧାନ ହୋଇଥିବା ପୋଲିସ ସୂଚନା ଦେଇଛି।
ପୋଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବାବେଳେ, ସେ ଅନ୍ୟ ବାଇକ୍ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.