ରାଉରକେଲା : ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ଯୁବତୀ ମୃତ।। ମୃତକ ଦ୍ବୟ ବନ୍ଧମୁଣ୍ଡା ତିଲକାନଗର ଅଞ୍ଚଳର ସୂଚନା।

0 646

ରାଉରକେଲା: ୨୨/୧୨ (ସତ୍ୟାନ୍ୟୂଜ୍) ବ୍ରାହ୍ମଣୀ ନଦୀରେ ବୁଡ଼ି ପୁଣି ଦୁଇ ଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଯୁବକ ଏବଂ ଅନ୍ୟ ଜଣେ ଯୁବତୀ। ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକା ନଗର ଅଞ୍ଚଳରୁ ଜଣେ ଯୁବକ ଏବଂ ଅନ୍ୟ ଜଣେ ଯୁବତୀ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବ୍ରାହ୍ମଣୀ ନଦୀ କୂଳକୁ ବୁଲିବକୁ ଯାଇଥିଲେ। ମନ୍ଦିର ନିକଟରେ ଥିବା ନଦୀରେ ଗାଧୋଉଥିବା ବେଳେ ଦୁଇ ଜଣ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଫାୟର ବ୍ରିଗେଡ ଟିମ୍ ନଦୀ କୂଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଥିଲେ। ଯୁବକ , ଯୁବତୀ ଙ୍କୁ ନଦୀରୁ ଉଦ୍ଧାର କରିବା ପରେ ଉଭାୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ପୋଲିସ୍ ଉଭୟଙ୍କ ମୃତ ଦେହ ପୋଷ୍ଟମର୍ଟମ୍ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। ଯୁବକ ଯୁବତୀଙ୍କ ସ୍ପଷ୍ଟ ପରିଚୟ ମିଳି ପାରି ନାହିଁ।

Leave A Reply

Your email address will not be published.