ଦନ୍ତା ନେଲା ଆଉ ଏକ ଜୀବନ। ବ୍ୟାପକ ଫସଲ ନଷ୍ଟ।
ହାତିବାରୀ:୨୩/୧୨(ସତ୍ୟାନ୍ୟୂଜ) ସୁନ୍ଦରଗଡ଼ ଜିଲ୍ଲାରେ ଏବେ ହାତୀ ଦଳ ର ଗତିବିଧି ବୃଦ୍ଧି ପାଇଥିବା ଲକ୍ଷ କରାଯାଉଛି। ରାଉରକେଲା ନିକଟ ଲାଠିକଟା ଏବଂ ନୂଆଗାଁ ବ୍ଲକ ରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ଗତ କାଲି ଦନ୍ତା ଆକ୍ରମଣ ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ୫୦ ବର୍ଷୀୟ ଚନ୍ଦ୍ର ଗୌଡ ବୋଲି ଜଣା ପଡିଛି। ମୃତକ ଅଙ୍କୁରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ହାତିବାରୀ ଥାନା ବନରାଇ ଗ୍ରାମର ଅଟନ୍ତି। ମିଳିଥିବା ସୂଚନା ଅନୁସାରେ ସେ ସକାଳେ ଶୌଚ କରିବାକୁ ଯାଇଥିଲେ ଏହି ସମୟରେ ଗୋଠ ଛଡା ଦନ୍ତା ହାବୁଡରେ ପଡିଯାଇଥିଲେ। ଦନ୍ତା ତାଙ୍କୁ ପାଦ ରେ ଦଳି ଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା। ପରେ ଗାଁ ଲୋକେ ଖବର ପାଇ ଏ ବାବଦରେ ବନବିଭାଗ ଓ ହାତିବାରୀ ପୋଲିସ କୁ ଖବର ଦେଇଥିଲେ। ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଦିନକ ପୂର୍ବରୁ ହାତୀ ଦଳ ଅଙ୍କୁରପାଲି ସ୍କୁଲ ଘର ଭାଙ୍ଗି ଦେବା ସହ ବ୍ୟାପକ ଫସଲ ନଷ୍ଟ କରି ଦେଇଥିଲେ।
ଏହି ଘଟଣା ପରେ ଅଞ୍ଚଳରେ ଲୋକଙ୍କ ମନରେ ଭୟର
ବାତାବରଣ ଦେଖାଦେଇଥିବା ବେଳେ ହାତୀ କୁ ଘଉଡାଇବା ପାଇଁ ଗ୍ରାମବାସୀମାନେ ବନବିଭାଗ ନିକଟରେ ଦାବି କରିଛନ୍ତି। ଗତ କିଛିଦିନ ଧରି ହାତୀ ପଲ ଙ୍କ ଜନବସତି ରେ ବିଚରଣ ଉଭୟ ବନବିଭାଗ ଓ ଗ୍ରାମବାସୀ ଙ୍କ ପାଇଁ ମୁଣ୍ଡବ୍ୟଥା ର କାରଣ ସାଜିଛି। ଦୁଇଦିନ ପୂର୍ବରୁ ହାତୀ ଅଙ୍କୁରପାଲି ରେ ବ୍ୟାପକ ଫସଲ ନଷ୍ଟ କରିବା ସହ ସ୍କୁଲ ଘର ଭାଙ୍ଗି ଦେଇଥିଲେ।