ରାଉରକେଲା : ବନ୍ଧମୁଣ୍ଡା – ରାଉରକେଲା ରାସ୍ତା ଅବସ୍ଥା ଶୋଚନୀୟ।। ପ୍ରତିଦିନ ଘଟୁଛି ଦୁର୍ଘଟଣା।। ଶୀଘ୍ର ରାସ୍ତା ମରାମତି ଦାବି।
ରାଉରକେଲା : ୨୩/୧୨
(ସତ୍ୟାନ୍ୟୁଜ) ରାଉରକେଲା – ବନ୍ଧମୁଣ୍ଡା ରାସ୍ତା ଅତି ଖରାପ ଅବସ୍ଥାରେ ରହିଛି। ବିଶେଷ କରି ବିର୍ସା ଛକ ରୁ ପ୍ରାୟ ୫୦୦ ମିଟର ଦୂରରେ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତା ରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଥିବାରୁ ଯାନ ବାହନ ଚଳାଚଳରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ଗର୍ତ୍ତ ମଧ୍ୟରେ ପାଣି ଜମି ରହୁ ଥିବାରୁ ପାଦ ରେ ଚାଲି ଚାଲି ଯାଉଥିବା ଲୋକ ମାନେ ମଧ୍ୟ ପ୍ରମାଦ ଗଣୁଛନ୍ତି। ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ହେଉଛି। ପୂର୍ବରୁ ଏହି ରାସ୍ତା ମରାମତି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ କରୁଥିଲେ। ପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ପୂର୍ତ୍ତ ବିଭାଗ ନେଲେ। ମାତ୍ର ବନ୍ଧମୁଣ୍ଡା ଦେଇ ଜାତୀୟ ରାଜପଥ ୩୨୦ ଡି ଆସୁଥିବାରୁ ପରେ ରକ୍ଷଣାବେକ୍ଷଣ ଦାୟିତ୍ଵ ନେସନାଲ ହାଇୱେ କର୍ତ୍ତୃପକ୍ଷ ନେଇଥିଲେ। ମାତ୍ର ଏବେ ରାସ୍ତା ମରାମତି ଦାୟିତ୍ଵ କେହି ନେଉ ନାହାନ୍ତି। ରାସ୍ତା ମରାମତି କାର୍ଯ୍ୟ ଖୁବ୍ ଶୀଘ୍ର କରିବାକୁ ଲୋକ ମାନେ ଦାବି କରିଛନ୍ତି।