ଜାତୀୟ ଉଚ୍ଚ ବିଦ୍ୟାଳୟ ଖୋ ଖୋ ପାଇଁ ସୁନ୍ଦରଗଡର ୩ ଖେଳାଳି ମନୋନୀତ
ରାଉରକେଲା: (ସତ୍ୟାନ୍ୟୂଜ)
ମଧ୍ୟପ୍ରଦେଶ ଏମ୍.ଏଲ୍.ବି.ବିଦ୍ୟାଳୟ କ୍ୟାମ୍ପସ ଜବଲପୁର ଠାରେ ଡିସେମ୍ବର ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୯ ବର୍ଷରୁ କମ୍ ବର୍ଗର ବାଳିକ ଓ ବାଳିକାଙ୍କ
୬୯ ତମ ଜାତୀୟ ଉଚ୍ଚ ବିଦ୍ୟାଳୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଭାଗ ନେବା ପାଇଁ ଓଡ଼ିଶା ଦଳ ରେ ସୁନ୍ଦରଗଡ ଜିଲ୍ଲା ର ତିନି ଜଣେ ଖେଳାଳି ମନୋନୀତ
ହେଇଛନ୍ତି। ଓଡ଼ିଶା ବାଳକ ଦଳ ରେ ଆୟୁଷ ଖାଲଖୋ ଓ ଆୟୁଷ କିଷାନ ଏବଂ ବାଳିକା ଦଳରେ ସୃଷ୍ଟି ଓରାମ ମନୋନୀତ
ହେଉଛନ୍ତି। ଆୟୁଷ ଖାଲଖୋ ଓ ଆୟୁଷ କିଷାନ ଗତ ନଭେମ୍ବର ମାସ ଯାଜପୁର ଜିଲ୍ଲା ବରୁଣେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଆନ୍ତଃକ୍ଷେତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ
ସୃଷ୍ଟି ଓରାମ ଗତ ଡିସେମ୍ବର ମାସ ଗଞ୍ଜାମ ଜିଲା ବାର୍ଟିନି ସାଇନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାର୍ଟିନି ଠାରେ ଅନୁଷ୍ଠିତ ଆନ୍ତଃକ୍ଷେତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋ ଖୋ ପ୍ରତିଯୋଗିତା ରେ ଏହି ଖେଳାଳି ମାନେ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋ ଖୋ ଗଠିତ ଦଳରେ ପ୍ରତିନିଧିତ୍ୱ କରି ଉନ୍ନତ ଖେଳ ପ୍ରଦର୍ଶନ କରି ଚୟନ ଅଧିକାରୀଙ୍କ ନଜର କୁ ଆସିଥିଲେ।
ଆୟୁଷ ଖାଲଖୋ କୁଆଁରମୁଣ୍ଡା ବ୍ଲକ ବିରମିତ୍ରପୁର ଶ୍ରମ ଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳା ବିଭାଗ ଛାତ୍ର,
ଆୟୁଷ କିଷାନ,ରାଉରକେଲା ମହାନଗର ନିଗମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଓ ସୃଷ୍ଟି ଓରାମ ମୁନୁସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ରୀ। ଏହି ୩ ଜଣ ଖେଳାଳି ରାଜ୍ୟ ସ୍ତରୀୟ ଖୋ ଖୋ ରେଫରୀ ତଥା ଖୋ ଖୋ ପ୍ରଶିକ୍ଷକ ଅନିଲ ସାହୁ ଓ ସୁରଜ ମାହାଲି,ଦିନବନ୍ଧୁ ସାହୁ,ଭବାନୀ ଶଙ୍କର ତିର୍କୀଙ୍କ ନେତୃତ୍ୱରେ
କ୍ରୀଡା ଅଭ୍ୟାସ କରୁଥିଲେ। ଜାତୀୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଏହି ୩ ଜଣ ଖେଳାଳି ଭଗନେବାକୁ ମନୋନୀତ ହୋଇ ସୁନ୍ଦରଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଖବର ଜଣା ପଡ଼ିଲା ପରେ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲିଧର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନ, ସାରଙ୍ଗଧର ବରିହା,
ଜିଲ୍ଲା ଶାରୀରକ ଶିକ୍ଷା ଅଧିକାରୀ ଅଜୟ କୁମାର ପ୍ରଧାନ,ବିରମିତ୍ରପୁର ଶ୍ରମ ଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂହ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ର
ଅଧ୍ୟକ୍ଷ ସସ୍ମିତା ସାମଲ ,
ମୁନୁସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ର ଅଧ୍ୟକ୍ଷ ପ୍ରଫେସର ହରିହର ଦାସ ଖେଳ ଶିକ୍ଷକ କ୍ୟାପ୍ଟେନ୍ ସତ୍ୟନାରାୟଣ ରାୱତ ଓ ଖେଳ ଶିକ୍ଷକ ମୀନା ଦାସ , ସୁଶୀଲ ଭେଙ୍ଗରା ଏହି ୩ ଜଣ ଖେଳାଳିଙ୍କୁ ଶୁଭେଛା ଜଣାଇଛନ୍ତି।