ସୁନ୍ଦରଗଡ଼ : ଜିଲ୍ଲା ଜେଲ୍ ରେ ୫୦୦ ରୁ ଉର୍ଦ୍ଧ୍ବ କଏଦୀ ଙ୍କ ହରତାଳ।। ଗତକାଲି ରାତିରୁ ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ପ୍ରଶାସନ ପକ୍ଷରୁ ଚାଲିଛି ବୁଝାସୁଝା।

0 157

ସୁନ୍ଦରଗଡ: ୨୪/୧୨
(ସତ୍ୟାନ୍ୟୂଜ) ସୁନ୍ଦରଗଡ଼ ଜିଲ୍ଲା କାରାଗାରର କଏଦୀ ମାନେ ବଡ଼ ଧରଣର ହରତାଳ ଆରମ୍ଭ କରିଛନ୍ତି। ଗତକାଲି ରାତିଠାରୁ ୫୦୦ ରୁ ଉର୍ଦ୍ଧ୍ବ କଏଦୀ ହରତାଳରେ ସାମିଲ ହୋଇଥିବା ସୂଚନା ମିଳିଛି। କଏଦୀ ମାନେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ହଠାତ୍‌ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ନେଇ କାରାଗାର ପ୍ରଶାସନ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଛି।
କଏଦୀ ମାନେ ନୂଆ କାରାଗାର ଅଧିକ୍ଷକଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ଅଭିଯୋଗ ଅନୁସାରେ, କାରାଗାରରେ ଠିକ ଭାବରେ ଖାଦ୍ୟ ପ୍ରଦାନ କରାଯାଉନାହିଁ, ନିୟମିତ ଭାବେ ପରିବାର ସଦସ୍ୟଙ୍କ ସହିତ ଭେଟ ହେବାକୁ ଦିଆଯାଉନାହିଁ। ଏହା ଛଡା କାରାଗାର ମଧ୍ୟରେ ଅନେକ ମୌଳିକ ସୁବିଧାର ଅଭାବ ରହିଛି। ଏହା ସହିତ କଏଦୀମାନଙ୍କ ସହ ଅନୁଚିତ ବ୍ୟବହାର ହେଉଥିବା ମଧ୍ୟ ସେମାନେ ଅଭିଯୋଗ କରା ଯାଇଛି।
ଏହି ସମସ୍ତ ଅଭିଯୋଗକୁ ନେଇ କଏଦୀମାନେ କାରାଗାର ଅଧିକ୍ଷକଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି। ପରିସ୍ଥିତି ଗମ୍ଭୀରତା କୁ ଦେଖି କାରାଗାର ପରିସର ଓ ଆଖପାଖ ଅଞ୍ଚଳରେ କଢ଼ା ସୁରକ୍ଷା ବ୍ୟବସ୍ଥା ନିଆ ଯାଇଛି।
ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସ୍‌ଡିପିଓ, ଟାଉନ୍ ଥାନା ପୁଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ଜେଲ୍ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଚ୍ଚପଦସ୍ଥ ଅଧିକାରୀମାନେ କଏଦୀଙ୍କ ସହ ଆଲୋଚନା କରି ପରିସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.