ରାଜଗାଙ୍ଗପୁର : ‘ ଝରଝରା ‘ ର ତୃତୀୟ ସନ୍ଧ୍ୟାରେ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କଲେ ମେଲୋଡି ଦଳ।। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ରବି ନାଏକ।

0 163

ରାଜଗାଙ୍ଗପୁର : ୨୨/୧୨
(ସତ୍ୟା ନ୍ୟୁଜ୍) ରାଜଗାଙ୍ଗପୁର ମହୋତ୍ସଵ ‘ ଝରଝରା ‘ ର ତୃତୀୟ ସନ୍ଧ୍ୟା ରେ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୁତ୍ୟ ଗୀତ ପରିବେଷଣ କରାଯାଇଥିଲା।ପଟଣାଗଡର ରୁକୁ ସୋନାଙ୍କ ମେଲୋଡି ଲୋକଙ୍କ ମନ ମୋହିଥିଲା। ପ୍ରବଳ ଥଣ୍ଡା ସ୍ୱତ୍ତେ ବହୁ ସଂଖ୍ୟାରେ ଦର୍ଶକ କାର୍ଯ୍ୟକ୍ରମର ମଜା ନେଇଥିଲେ । ମନ୍ତ୍ରୀ ଶ୍ରୀ ନାୟକ ଝରଝରା କାର୍ଯ୍ୟକ୍ରମର ବେଶ ପ୍ରଶଂସା କରିଥିଲେ।

Leave A Reply

Your email address will not be published.