ସୁନ୍ଦରଗଡ଼ : ସପ୍ଲାଏ କର୍ପୋରେସନ ଜୁନିଅର୍ ଆକାଉଣ୍ଟାଣ୍ଟ ଙ୍କ ୬ ଟି ଠିକଣାରେ ଭିଜିଲାନ୍ସ ରେଡ୍।। ୨ ଟି କୋଠା , କଲ୍ୟାଣ ମଣ୍ଡପ , ଜିମ୍ ଠାବ।

0 256

ସୁନ୍ଦରଗଡ଼/ବାଲେଶ୍ଵର :୨୨/୧୨
(ସତ୍ୟାନ୍ୟୁଜ୍) ଚାକିରି ଜୁନିଅର ଆକାଉଣ୍ଟାଣ୍ଟ। କିନ୍ତୁ ଆୟ ଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ତାଙ୍କର ଗୋଟିଏ ଜିମ୍ ସହ ମାର୍କେଟ କମ୍ପ୍ଲେକ୍ସ , ୩ ତାଲା ବିଲଡିଂ ଏବଂ କଲ୍ୟାଣ ମଣ୍ଡପ ଠାବ ହୋଇଛି। ଆଜି ସକାଳୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏ ଅଫିସ୍ କର୍ପୋରେସନର ଜୁନିଅର ଆକାଉଣ୍ଟାଣ୍ଟ ଙ୍କ ୬ ଟି ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ରାଜ୍ୟ ର ୬ ଟି ସ୍ଥାନ ରେ ଏକକାଳୀନ ଭିଜିଲାନ୍ସ ରେଡ୍ ଚାଲିଛି।
ସୁନ୍ଦରଗଡ଼ ଓ ବାଲେଶ୍ୱର ରେ ଏକକାଳୀନ ୬ ଟି ସ୍ଥାନ ରେ ଚାଲି ଥିବା ଏହି ଚଢ଼ାଉରେ ୩ ଜଣ ଡିଏସପି , ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଏବେ ପର୍ଯ୍ୟନ୍ତ ବାଲେଶ୍ୱର ର ପ୍ରାଇମ ଲୋକେସନ୍ ରେ ୩ ମହଲା ର ୨ ଟି ବଡ଼କୋଠା , ଜିମ୍ , ଓ କଲ୍ୟାଣ ମଣ୍ଡପ ରେ ଯାଞ୍ଚ ଚାଲିଛି। ଏହା ଛଡା ସୁନ୍ଦରଗଡର ଅଫିସ୍ ଏବଂ ଭଡ଼ାଘରେ ମଧ୍ୟ ଯାଞ୍ଚ ଚାଲିଛି। ଭିଜିଲାନ୍ସ ବିଭାଗ ନଗଦ ଟଙ୍କା ଏବଂ କାଗଜ ପତ୍ର ଜବତ୍ କରିଛନ୍ତି।

Leave A Reply

Your email address will not be published.