ରାଉରକେଲା : ୧୩ ନମ୍ୱର୍ ସେକ୍ଟର ରିଙ୍ଗ ରୋଡ ରେ ସ୍କୁଟି କୁ ଧକ୍କା ଦେଇ ଗାଡ଼ି ଚାଳକ ଫେରାର।। ଦୁଇ ଜଣ ଛାତ୍ର ଗୁରୁତର।

0 399

ରାଉରକେଲା: ୧୫/୧୨
(ସତ୍ୟାନ୍ୟୁଜ)
ରାଉରକେଲା ୧୩ ନମ୍ୱର୍ ସେକ୍ଟର ରିଙ୍ଗ୍ ରୋଡ୍‌ରେ ସୋମବାର ଦିନ ୨ଟା ବେଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଛାତ୍ର ଆହତ ହୋଇ ଛନ୍ତି। ସ୍କୁଟିରେ ଯାଉଥିବା ଦୁଇ ଜଣ ଛାତ୍ର ଙ୍କୁ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ମାରି ପଳାଇ ଥିଲା। ଛାତ୍ର ଦୁଇଜଣ ଆଇଟିଆଇ ରେ ପଢୁଥିବା ଜଣା ପଡ଼ିଛି। ଦୁର୍ଘଟଣା ପରେ ସମାଜସେବୀ କ୍ରିଷ୍ଣା ସାହୁ ସେହି ପଟେ ଯାଉଥିଲେ। ସେ ତୁରନ୍ତ ଆମ୍ବୁଲାନ୍ସ ମଗାଇ ଛାତ୍ର ଦ୍ୱୟଙ୍କୁ ଆଇ ଜି ଏଚ୍ ପଠାଇବା ବ୍ୟବସ୍ଥା କରି ଥିଲେ। ଧକ୍କା ମାରିବା ପରେ ଗାଡ଼ି ଚାଲକ ଘଟଣା ସ୍ଥଳରୁ ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରିଙ୍ଗ୍ ରୋଡ୍‌ରେ ଏବେ ସଡ଼କ ମରାମତି କାମ ଚାଲିଥିବାରୁ ଯାତାୟାତ ଏକମାତ୍ର ଲେନ୍‌ରେ ହେଉଛି। ଏହି ସମୟରେ ଗାଡ଼ିମାନଙ୍କର ତୀବ୍ର ଗତି ଓ ଗୋଟିଏ ପଟ ରାସ୍ତା କାରଣରୁ ଦୁର୍ଘଟଣା ଘଟୁଛି। ଆଜିର ଦୁର୍ଘଟଣା ଏତେ ଜୋରଦାର ଥିଲାଯେ ଛାତ୍ର ଦୁଇଜଣ ରାସ୍ତାରେ ଛିଟିକି ପଡ଼ିଥିଲେ।

ସୂଚନା ପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲା।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ମରାମତି କାମ ଚାଲିଥିବା ସତ୍ତ୍ୱେ ଗାଡ଼ିର ଗତି ଉପରେ କୌଣସି ନିୟନ୍ତ୍ରଣ ନଥିବାରୁ ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ ସଡ଼କ ମରାମତି ସମୟରେ ଯାତାୟାତ ନିୟନ୍ତ୍ରଣ, ଗତି ସୀମା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ପ୍ରଶାସନ ନିକଟରେ ଦାବି କରା ଯାଇଛି।

ପୋଲିସ୍‌ ଫରାର ଗାଡ଼ି ଚାଳକଙ୍କୁ ଖୋଜିବା ସହ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.