ବଣାଇ : ସୁନ୍ଦରଗଡ଼ ବଣାଇ ଫରେଷ୍ଟ ଡିଭିଜନ ରେ ବାଘ ଗଣନା ଆରମ୍ଭ।। ୧୦୦ ବନ କର୍ମଚାରୀ ଗଣନାରେ ନିୟୋଜିତ।

0 345

ବଣାଇ:୧୫/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନ ର ୭ ଟି ରେଞ୍ଜ ରେ ଆରମ୍ଭ ହୋଇଛି ବାଘ ଗଣନା। ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଛି ଏହି ବାଘ ଗଣନା। ୭ ଟି ରେଞ୍ଜର ସମସ୍ତ କର୍ମଚାରୀ ଲାଗି ପଡିଛନ୍ତି ଏହି ଗଣନା ରେ । ପ୍ରାୟ ୧୦୦ ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ଥିବା ବେଳେ ଏହି ଗଣନା ୬ ଦିନ ଧରି ଚାଲିବ ବୋଲି ଜଣା ପଡିଛି। ବଣାଇ ବନ ଖଣ୍ଡରେ ବାଘ ବୁଲୁ ଥିବାର ପ୍ରମାଣ ଆଗରୁ ମଧ୍ୟ ମିଳିଛି। କିଛି ଦିନ ତଳେ ଏକ କଲରା ପତରିଆ ବାଘ ଜଣେ ଗ୍ରାମବାସୀଙ୍କ ବଳଦ କୁ ମାରି ଦେବା ପରେ ବଳଦ ମାଲିକ ବାଘକୁ ବିଷ ଦେଇ ମାରି ଦେଇଥିଲେ। ପୂର୍ବରୁ ଏହି ଅଞ୍ଚଳରେ ମହାବଳ ବାଘ ପାଦ ଚିହ୍ନ ମଧ୍ୟ ଦେଖା ଯାଇଛି। ତେଣୁ ବନ କର୍ମଚାରୀ ମାନେ ସତର୍କତାର ସହ ବାଘ ଗଣନା ଜାରି ରଖିଛନ୍ତି।

Leave A Reply

Your email address will not be published.