ସୁନ୍ଦରଗଡ଼ : ପର୍ଯ୍ୟଟନ ସ୍ଥଳୀକନାକୁଣ୍ଡ ରେ ପାଣିରେ ବୁଡ଼ିଏନ୍ ଆଇ ଟି ର ପି ଏଚ ଡି ଛାତ୍ର ନିଖୋଜ।। ଅଗ୍ନିଶମ ବାହିନୀ ର ଉଦ୍ଧାର କାର୍ଯ୍ୟ ଜାରି।
ସୁନ୍ଦରଗଡ : ୧୩/୧୨
(ସତ୍ୟାନ୍ୟୁଜ) ପର୍ଯ୍ୟଟନ ସ୍ଥଳ କନାକୁଣ୍ଡ ରେ ପାଣିରେ ବୁଡ଼ି ପୁଣି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ସୁନ୍ଦରଗଡ଼ ତଳସରା ଥାନା ଘୋଘର୍ ନିକଟ ଇବ ନଦୀର କନାକୁଣ୍ଡ ଠାରେ ଏହି ଅଘଟଣ ଘଟିଛି । ପାଞ୍ଚ ଜଣ ଯୁବକ ରାଉରକେଲାରୁ ବୁଲିବାକୁ ଆସି ଥିବା ବେଳେ ପାଣିରେ ଗାଧୋଉଥିଲେ। ପାଞ୍ଚ ଜଣ ସାଙ୍ଗ ଙ୍କ ମଧ୍ୟରେ ଦୁଇ ଜଣ ଉତ୍ତର ପ୍ରଦେଶ ର ହୋଇଥିବା ବେଳେ ଦୁଇ ଜଣ ପଶ୍ଚିମବଙ୍ଗ ର ଥିବା କୁହା ଯାଉଛି। ନିଖୋଜ ଯୁବକ ସମ୍ବଲପୁର ଅଞ୍ଚଳ ର ଦୀପେଶ ପ୍ରଧାନ ବୋଲି ସୂଚନା ମିଳିଛି । ନିଖୋଜ ଯୁବକ ରାଉରକେଲା ଏନ୍ ଆଇ ଟି ରେ
ପି ଏଚ ଡି କରୁଥିବା ଜଣା ପଡ଼ିଛି ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଖୋଜାଖୋଜି କରୁଛନ୍ତି।