ବଣାଇ : ବିଷ ଦେଇ ଚିତା ବାଘ କୁ ହତ୍ୟା।। ହତ୍ୟା ଅଭିଯୋଗରେ ଜଣେ ଗିରଫ।। ଅଭିଯୁକ୍ତଙ୍କ ବଳଦ କୁ ଚିତା ମାରି ଦେଇ ଥିଲା।

0 380

ସୁନ୍ଦରଗଡ଼:୧୨/୧୨
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଏକ ଚିତା ବାଘ କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ବନ ବିଭାଗ ନୂଆସ୍ ଖେସ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାମରା ଫରେଷ୍ଟ ରେଞ୍ଜର କୁସୁମଡ଼ିହି ସେକ୍ସନ ର ଖେସାରା ଜଙ୍ଗଲରେ ଏହି କଲରା ପତରିଆ ବାଘ ର ମୃତ୍ୟୁ ହୋଇଛି। ବାଘ ମରି ଥିବା ଖବର ବନ ବିଭାଗ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ। କିଛି ଦିନ ତଳେ ଏକ ବଳଦକୁ ଏହି ଚିତା ବାଘ ମାରି ଦେଇ ଥିବା ବେଳେ ରାଗରେ ବାଛୁରୀ ମାଲିକ ନୂଆସ୍ ଖେସ୍ ଉକ୍ତ ବଳଦ ଦେହରେ ବିଷ ଦେଇ ଛାଡି ଦେଇ ଥିଲେ। ପରେ ଏହି ବାଘ ଆସି ବାଛୁରୀ କୁ ଖାଇ ଦେବାରୁ ତାର ମୃତ୍ୟୁ ହୋଇ ଥିବା ଜଣା ପଡି ଥିଲା। ଆଜି ଆର ସି ସି ଏଫ, ଡିଫଓ ଏବଂ ଅନ୍ୟ ବନ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିବା ପରେ ବଳଦ ମାଲିକ କୁ ଗିରଫ କରା ଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.