ରାଉରକେଲା : ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କୁ ଆଇଜିଏଚ ରେ ଭେଟିଲେ ସ୍ବାସ୍ଥ୍ୟ ମନ୍ତ୍ରୀ।। ଛାତ୍ରୀଙ୍କୁ ନିର୍ଯାତନା ଦେଉ ଥିବା ଅଭିଯୁକ୍ତ ଗିରଫ।
ସୁନ୍ଦରଗଡ଼:୭/୧୨(ସତ୍ୟାନ୍ୟୁଜ) ଜଣେ ଯୁବକ ଦ୍ଵାରା ମାନସିକ ନିର୍ଯ୍ୟାତନା ତଥା ଆପତ୍ତି ଜନକ ଆଚରଣ କୁ ବରଦାସ୍ତ୍ କରି ନପାରି ଜଣେ ନାବାଳିକା ଛାତ୍ରୀ ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣା ଅଞ୍ଚଳରେ ଦେହରେ ନିଆଁ ଲଗାଇ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ନିଲେଶ୍ ସାହୁ ନାମକ ଜଣେ ଯୁବକ କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଛାତ୍ରୀ ଜଣକ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
ମହାଲିଙ୍ଗ ଆଇଜିଏଚ୍ ରେ ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ।
ସୂଚନା ଅନୁସାରେ ଜଣେ ଯୁବକ ନିଲେଶ ନାବାଳିକାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଏବଂ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ମାନସିକ ନିର୍ଯାତନା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନାବାଳିକାଙ୍କ ମାମୁଁ ଙ୍କ ଏତଲା ଆଧାରରେ ପୁଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିଥିବା କହିଛନ୍ତି। ତେବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ୍ କୌର ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।