ରାଜଗାଙ୍ଗପୁର : ନାବାଳିକା ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା।। ହାରାସମେଣ୍ଟ ଅଭିଯୋଗରେ ଜଣେ ଯୁବକ ଗିରଫ।

0 302

ରାଜଗାଙ୍ଗପୁର ଥାନା ଅଞ୍ଚଳରେ ନାବାଳିକା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ।
ସୁନ୍ଦରଗଡ଼ ଏସପିଙ୍କ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ।
ସୁନ୍ଦରଗଡ଼:୬/୧୨(ସତ୍ୟାନ୍ୟୁଜ)
ନାବାଳିକା ଛାତ୍ରୀଙ୍କୁ ଜଣେ ଯୁବକ ଦେଉଥିଲେ ମାନସିକ ନିର୍ଯାତନା। ଶେଷ ରେ ଦେହରେ ନିଆଁ ଲଗାଇ ଜୀବନ ହାରିବା କୁ ଚେଷ୍ଟା କରି ନାବାଳିକା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଗତକାଲି ରାତିରେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘର ଲୋକେ ପ୍ରଥମେ ରାଜଗାଙ୍ଗପୁର ମେଡିକାଲ ଏବଂ ପରେ ରାଉରକେଲା ଆଇ ଜି ଏଚ ରେ ଭର୍ତ୍ତି କରିଥିବା ଜଣାପଡିଛି । ନାବାଳିକା ଜଣକ ୯୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି । ପୁଲିସ ମାମଲା ରୁଜ୍ଜୁ କରି ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିବା ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌର
ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁସାରେ,
ଜଣେ ପୁରୁଷ ବନ୍ଧୁ ନାବାଳିକାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ବାରମ୍ବାର ପ୍ରେମ ନିବେଦନ କରୁଥିଲା । ମାନସିକ ନିର୍ଯାତନା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନାବାଳିକାଙ୍କ ମାମୁଁ ଙ୍କ ଏତଲା ଆଧାରରେ ପୁଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିଥିବା କହିଛନ୍ତି। ତେବେ ଏହା ଏକ ତରଫା ପ୍ରେମ ନା ଆଉ ଅନ୍ୟ କିଛି କାରଣ ରହିଛି ତାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.