ଜାତୀୟ ରାଜପଥରେ ହାଇୱା ଗାଡ଼ି ଜଳିଗଲା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।
ବଣାଇଁ : ୬/୧୨(ସତ୍ୟାନ୍ୟୁଜ) ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅଞ୍ଚଳର ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ହାଇୱା ଗାଡ଼ିରେ ହଠାତ୍ ନିଆଁ ଲାଗି ଯିବାରୁ ଗାଡ଼ିଟି ସମ୍ପୂର୍ଣ ପୋଡ଼ି ଯାଇଛି।
ସୂଚନା ଅନୁଯାୟୀ, ଟିକାୟତପାଲି ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ିଟି ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କୌଣସି ଜୀବନ ହାନି ଘଟି ନଥିବା ବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ନିଆଁ କିପରି ଲାଗିଲା ସେନେଇ ପୋଲିସ୍ ତଦନ୍ତ କରୁଛି।