ବଣାଇ : ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା।। ଗ ନିକଟରେ ଟ୍ରେଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ।

0 328

୧୪୩ ନମ୍ବର୍ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା। ଦୁଇ ବାଇକ୍ ଆରୋହୀ ମୃତ।

ବଣାଇ:୬/୧୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ନିକଟରେ ଆଜି ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗତି ଟ୍ରଲର ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହାରାଇଛନ୍ତି।

ସୂଚନା ଅନୁସାରେ, ଟ୍ରଲରଟି ଦୃତ ଗତିରେ ଆସି ବାଇକ୍‌କୁ ସିଧାସଳଖ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଚିକିତ୍ସା ସହାୟତା ପହଞ୍ଚିବା ପୂର୍ବରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଦୁର୍ଘଟଣା ଖବର ପାଇ ଲହୁଣୀପଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଡ୍ରାଇଭରକୁ ଅଟକ ରଖି ପଚାରାଉଚରା ଆରମ୍ଭ କରିଛି। ଦୁର୍ଘଟଣାରେ ଜଡିତ ଟ୍ରଲରଟିକୁ ମଧ୍ୟ ଜବତ କରାଯାଇଛି।

ମୃତକ ଦୁଇଜଣଙ୍କ ପରିଚୟ ମିଳିପାରି ନାହିଁ। ମୃତକଙ୍କ ପରିଚୟ ଚିହ୍ନଟ କରି ପରିବାରଲୋକଙ୍କୁ ସୂଚନା ଦେବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।

ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିବା ବେଳେ, ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ପରେ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ବଢ଼ୁଥିବା ଦ୍ରୁତ ଗାଡ଼ି ଚଳାଚଳକୁ ନେଇ ପୁନର୍ବାର ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.