ରାଉରକେଲା: ବିପିୟୁଟି ନିକଟରେ ଆଉ ଅଳିଆ ପକା ଯିବ ନାହିଁ।ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ କେନ୍ଦ୍ର ତରକେରାରେ କାର୍ଯ୍ୟକ୍ଷମ।।
ରାଉରକେଲା:୬/୧୨(ସତ୍ୟାନ୍ୟୁଜ) ରାଉରକେଲାର ସହରରୁ ପ୍ରତିଦିନ ଟନ୍ ଟନ୍ ବର୍ଜ୍ୟବସ୍ତୁ ବାହାରୁଚି। ଏହି ସବୁ ବର୍ଜ୍ୟ ସାମଗ୍ରୀ କୁ ବିପିୟୁଟି ପାଖ ଖୋଲା ପଡ଼ିଆରେ ପକା ଯାଉଥିଲା। ଦିନକୁ ପ୍ରାୟ ୧୫୦ ଟନ୍ ବର୍ଜ୍ୟବସ୍ତୁ ଏଠାରେ ପକା ଯାଇ ପ୍ରକ୍ରିୟା କରଣ କରା ଯାଉଥିଲା। ଫଳରେ ଉକ୍ତ ଅଞ୍ଚଳ ପ୍ରଦୂଷିତ ହେବା ସହ ଉତ୍କଟ ଗନ୍ଧ ବାହାରୁଥିଲା। ବିଶେଷ କରି ଚ୍ଛେଣ୍ଡ କଲୋନୀ ବାସୀ ଏବଂ ବିପିୟୁଟି ଅନ୍ତେବାସୀ ପ୍ରଦୂଷଣ ର ଶିକାର ହେଉଥିଲେ। ଏହି ଡମ୍ପିଂ ୟାର୍ଡ କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବହୁ ଆନ୍ଦୋଳନ ମଧ୍ୟ ହୋଇଥିଲା
ଯା ହେଉ ବିଳମ୍ବରେ ହେଲେ ମଧ୍ୟ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ନିଆ ଯାଇଛି । ସହର ବାସୀଙ୍କ ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ବିପିୟୁଟି ସ୍ଥିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ତରକେରାକୁ ସ୍ଥାନାନ୍ତର କରାଯାଇଛି। ଦୁଇଟି ଅଣୁ ଖତ କେନ୍ଦ୍ର ଓ ଗୋଟିଏ ବସ୍ତୁ ପୁନଃଲାଭ କେନ୍ଦ୍ର ଏଠାରେ ରହିଛି। ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ପ୍ରକ୍ରିୟାକରଣ କାର୍ଯ୍ୟ କରାଯିବା ନେଇ ସୂଚନା ରହିଛି।
ଏଥିସହ ବିପିୟୁଟି ନିକଟରେ ଅଳିଆ ଆବର୍ଜନା ନ ପକାଇବାକୁ ଆରଏମସି ତରଫରୁ ନିଷ୍ପତ୍ତି ନିଆଯାଇଛି।
ଯେଉଁମାନେ ଏହା ଉଲ୍ଲଂଘନ କରିବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଆରଏମସି କମିଶନର ସୂଚନା ଦେଇଛନ୍ତି