ରାଉରକେଲା : ଆଜି ଠାରୁ ପୁଣି ଆରମ୍ଭ ହେଲା ରାଉରକେଲା – ଭୁବନେଶ୍ୱର ବିମାନ ସେବା।। ଏଥର ୭୨ ସିଟର୍ ପରିବର୍ତ୍ତେ ୯ ସିଟର୍ ବିମାନ।

0 375

ରାଉରକେଲା:୫/୧୨(ସତ୍ୟାନ୍ୟୁଜ) ରାଉରକେଲାର ୪ ମାସ ହେଲା ବନ୍ଦ ରହିଥିଲା ବିମାନ ସେବା। ଆଜି ଠାରୁ ଭୁବନେଶ୍ଵର – ରାଉରକେଲା ବିମାନ ପୁଣି ଆରମ୍ଭ ହୋଇଛି। ଇଣ୍ଡିଆ ୱାନ୍ ଏଆର୍ କମ୍ପାନୀ ବିମାନ ସେବା ଆଜି ଦିନ ୧୨ ଟା ୩୦ ମିନିଟ୍ ରେ ଭୁବନେଶ୍ୱର କୁ ଆରମ୍ଭ କରିଛି। ଭୁବନେଶ୍ଵର ରୁ ବାହାରି ଥିବା ବିମାନ ରାଉରକେଲାରେ ୧୨ ଟା ରେ ପହଞ୍ଚି ଥିଲା। କିନ୍ତୁ ଏବେ ୯ ସିଟ୍ ବିଶିଷ୍ଟ ବିମାନ ସେବା ଆରମ୍ଭ ହୋଇଛି। ସପ୍ତାହରେ ଏହି ବିମାନ ୬ ଦିନ ଉଡ଼ିବା ନେଇ ସୂଚନା ମିଳିଛି। ଗୁରୁବାର ଦିନ ଏହି ସେବା ବନ୍ଦ ରହିବ। ପୂର୍ବରୁ ଆଲାୟନ୍ସ ଏଆର୍ ସଂସ୍ଥା ର ଚାଲିଥିବା ଏ ଟି ଆର୍ – ୭୨ ଭଳି ବିମାନ ବଦଳରେ ୯ ସିଟ୍ ବିଶିଷ୍ଟ ବିମାନ ସେବା ଲୋକ ଙ୍କ ଆଶା କିପରି ପୂରଣ କରିବ ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି।

ରାଉରକେଲାରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ଠାରୁ ଆରମ୍ଭ କରି ଏନ୍ ଆଇ ଟି , ବିପିୟୁଟି , ବିଶ୍ଵର ସର୍ବ ବୃହତ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ , ବହୁ ଶିଳ୍ପ , କଳ କାରଖାନା , ଖଣି ଆଦି ରହିଛି। ତେଣୁ ଏଠାରେ ଅଧିକ ସିଟ୍ ବିଶିଷ୍ଟ ବିମାନ ର ଆବଶ୍ୟକତା ରହିଛି। କେବଳ ୯ ସିଟ୍ ବିଶିଷ୍ଟ ବିମାନ ସହରବାସୀଙ୍କୁ କିପରି ସେବା ଯୋଗାଇବ ତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.