ରାଉତରା/ଯାଜପୁର : ରାଉତରା ଗାଁ ରେ ଶ୍ରୀ ରାଧାଙ୍କ ୧୦୮ ‘ ନାମ ଡାକ ଉତ୍ସବ ‘ ସମ୍ପନ୍ନ।। ଆରାଧ୍ୟ ଦେବତା ଶ୍ରୀ ଗୋପୀନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା।
ରାଉତରା:୩/୧୨(ସତ୍ୟାନ୍ୟୁଜ) କଳି ଯୁଗରେ ନାମ ନେବାହିଁ ସାର ଆଉ ସବୁ ଅସାର। ଏହାକୁ ଆଧାର କରି ଯାଜପୁର ଜିଲ୍ଲା ରାଉତରା ଗାଁ ରେ ଗତ କାଲି ରାତିରେ ଶ୍ରୀ ରାଧା ଙ୍କ ର ୧୦୮ ନାମ ଡାକ ଉତ୍ସବ ରୀତି ନୀତି ଏଵଂ ବିଧି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛି।
ରାଉତରା ଗ୍ରାମ ବିଞ୍ଝାରପୁର ବ୍ଲକ ର ଚନ୍ଦ୍ରମୁଂହ ପଞ୍ଚାୟତର ଛୋଟିଆ ଗାଁ ଟିଏ। ଗାଁ ତିନି ପଟେ ଖରସ୍ରୋତା ନଦୀ। ଧୋଇଆ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ଲୋକ କଟକ, ଭୁବନେଶ୍ୱର, ଯାଜପୁର ରୋଡ , ରାଉରକେଲା ଓ ବାହାରେ ବସ ବାସ କରନ୍ତି। ହେଲେ ପରମ୍ପରା ଓ ସଂସ୍କୃତି କୁ ବଜାୟ ରଖିବାକୁ ସମସ୍ତେ ଏକାଠି ଓ ତତ୍ପର। ସବୁ ପର୍ବରେ ଗାଁ ରେ ଜାତି ବର୍ଣ୍ଣ ଧର୍ମ ରୁ ଉର୍ଦ୍ଧ ରେ ରହି ଏକାଠି ହୋଇ ଯାଆନ୍ତି। ବାହାରୁ ସମସ୍ତେ ମଧ୍ୟ ସୁବିଧା ଦେଖି ଆସନ୍ତି। ଗତ କାଲି ଏଠି ଏକ ନିଆରା ପର୍ବ “ନାମ ଡାକ ଉତ୍ସବ” ବହୁ ଧୁମ୍ ଧାମ ରେ ପାଳିତ ହେଇ ଯାଇଛି। ଏହି ଗାଁ ରେ ବିଶିଷ୍ଟ ପର୍ବ ରଜ, ଦୋଳ, ଚକ ଯାତ୍ରା, ବାଟ ଓଷା, ଆଗିରା ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ବାବାଜୀ ଯାତ୍ରା ପ୍ରସିଦ୍ଧି ଲାଭ କରିଥିଲେ ହେଁ “ନାମ ଡାକ ଉତ୍ସବ” ଏକ ସ୍ବତନ୍ତ୍ର ପର୍ବ। ଗତ କାଲି ରାତି ସାରା ନାମ ଡାକ ଗାଁ ଚାରିପଟେ ୧୬ ଟି ଥାନା ବା ଟୁଙ୍ଗି ରେ ନାମ ଡକାଳୀ ମାନେ ଶ୍ରୀ ରାଧା ଙ୍କ ୧୦୮ ନାମ କୁ ଜପିଥିଲେ। ପ୍ରଥମେ ଗାଁ ର ଆରାଧ୍ୟ ଦେବତା ଶ୍ରୀ ଗୋପୀନାଥ ଙ୍କ ପାଖରୁ ନାମ ନେଇ ପଣ୍ଡିତ ଭିକାରୀ ଚରଣ ମିଶ୍ର ଏବଂ ଭାଗବତ ମିଶ୍ର ମଠ ର ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ ଓ କୃଷ୍ଣ ଚନ୍ଦ୍ର ଦାସ ଙ୍କ ପରାମର୍ଶ ରେ ରାଧାଙ୍କ ନାମ ପ୍ରଦାନ କରିଥିଲେ। ଶହେ ବର୍ଷ ରୁ ଉର୍ଦ୍ଧ ପ୍ରଚଳିତ ଏହି ପରମ୍ପରା ରେ ସମସ୍ତେ ଯୋଗ ଦେଇ ବିଭୁ କୃପା ଲାଭ କରିଥିଲେ।
କର୍ମ କର୍ତ୍ତା ଦେବ ପ୍ରସାଦ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଦାସ, କୈଳାଶ ମହାନ୍ତି, ବରିଷ୍ଠ ଆଡଭୋକେଟ ମନୋଜ ମହାନ୍ତି, ଜୟନ୍ତ କୁମାର ଦାସ, ବିଜୟ ମହାନ୍ତି, ନକୁଳ ବେହେରା, ସତ୍ୟବ୍ରତ ମହାନ୍ତି, ହରି ନାରାୟଣ ମହାନ୍ତି, ଅଭିଷେକ ନାରାୟଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚତମ ନାୟାଳୟ ର ସରକାରୀ ଓକିଲ ମନୋଜ କୁମାର ମହାନ୍ତି, ଯାଜପୁର ଜିଲ୍ଲା ଟିକସ ଓକିଲ ସଂଘ ସଭାପତି ବିବେକାନନ୍ଦ ମହାନ୍ତି, ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସୁକାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରିଥିଲେ।