ରାଜଗାଙ୍ଗପୁର : ଅମାନୁଷିକ ଭାବେ ସ୍କ୍ରୋପିଓ ରେ ହେଇଥିଲା ଗୋଚାଲାଣ।। ଖବର ପାଇ ଉଦ୍ଧାର କଲେ ପୋଲିସ୍।। ସ୍କ୍ରୋପିଓ ଜବତ୍।
ରାଜଗାଙ୍ଗପୁର:୪/୧୨(ସତ୍ୟାନ୍ୟୁଜ)
ବେଆଇନ ଗୋ ଚାଲାଣ ହେଉଥିବା ବେଳେ ୬ ଟି ଗୋରୁଙ୍କୁ ଉଦ୍ଧାର କରା ଯାଇଛି। ପୋଲିସ ଜଣଙ୍କୁ ଅଟକ ରଖିବା ସହ ଗୋ ଚାଲାଣ ରେ ବ୍ୟବହୃତ ସ୍କ୍ରୋପିଓ ଗାଡ଼ିକୁ ଜବତ କରିଛି।
ଗୋ ଚାଲାଣକାରୀ ମାନେ ଏକ ସ୍କର୍ପିଓ ଗାଡି ରେ ଅତି ଅମାନୁଷିକ ଭାବେ ୬ ଟି ଗୋରୁ ନେଇ ଯାଉଥିଲେ। ଖବର ପାଇ କୁତ୍ରା ଥାନା ପୋଲିସ୍ କିରିଙ୍ଗସେରା ଠାରେ ଆଜି ସକାଳେ ଗାଡ଼ିକୁ ଅଟକାଇ ଗୋରୁ ଉଦ୍ଧାର କରିଥିଲେ। ଏକ କଳା ରଙ୍ଗର ସ୍କ୍ରୋପିଓ ରେ ଗୋରୁଙ୍କ ଗୋଡ ବାନ୍ଧି ଅତି କ୍ରୁରତା ର ସହ ଗୋ ଚାଲାଣ କରୁଥିଲେ। ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଜଣକୁ ଅଟକ ରଖି ପଚରା ଉଚରା କରୁଛି। ଗାଡିରୁ ଉଦ୍ଧାର ହୋଇଥିବା ୬ ଟି ଗୋରୁଙ୍କୁ ପୁଲିସ ଗୋଶଳା କୁ ପଠାଇ ଦେଇଛି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।