ରାଉରକେଲା:ରାଉରକେଲା ଇସ୍ପାତ କାରଖାନା ଏବଂ ବିମାନ ବନ୍ଦର ସମ୍ପ୍ରସାରଣ ବାବଦରେ ଆଲୋଚନା।। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଆଲୋଚନା।

0 389

ରାଉରକେଲା:୨/୧୨(ସତ୍ୟାନ୍ୟୁଜ) ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଉରକେଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏକ ଉଚ୍ଚ ସ୍ତରୀୟ ବୈଠକ ରେ ଯୋଗ ଦେଇଥିଲେ। ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର , ରାଉରକେଲା ଏଡିଏମ୍ ଦିନା
ଦସ୍ତଗିର୍, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ସମେତ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।
ମୂଖ୍ୟତଃ ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ପାଇଁ ଆବଶ୍ୟକ ପଡୁ ଥିବା ଜମି ଅଧିଗ୍ରହଣ ସଂକ୍ରାନ୍ତରେ ଆଲୋଚନା କରା ଯାଇଥିଲା। ଏହା ଛଡା ରାଉରକେଲା ବିମାନ ବନ୍ଦର ର ସମ୍ପ୍ରସାରଣ ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଆର୍ ଏସ ପି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ବିଚାର ବିମର୍ଶ କରାଯାଇଥିଲା। ଏହା ସହ ରାଉରକେଲା ଇସ୍ପାତ କାରଖାନା କୁ ଦିଆଯାଇ ଥିବା ଅବ୍ୟବହୃତ ଜମି କୁ ରାଜ୍ୟ ସରକାରଙ୍କୁ ଫେରାଇବା ବାବଦରେ ମଧ୍ୟ ଆଲୋଚନା ହୋଇ ଥିଲା।

Leave A Reply

Your email address will not be published.