ରାଉରକେଲା : ଆୟୁଷ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ ତୀବ୍ର।। ଦିନ ରାତି ଧାରଣାରେ ବସି ରହିଛନ୍ତି ଛାତ୍ର ଛାତ୍ରୀ।

0 303

ରାଉରକେଲା:୨/୧୨(ସତ୍ୟାନ୍ୟୁଜ) ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ୯ ଦିନରେ ପହଞ୍ଚି ଥିବା ବେଳେ ଦୁଇ ଦିନ ହେଲା ଦିବା ରାତ୍ରି ଧାରଣା ଜାରି ରହିଛି। ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ କୁ ତୀବ୍ର କରିଛନ୍ତି ଆୟୁଷ ଛାତ୍ରଛାତ୍ରୀ। ରାଉରକେଲା ଉତ୍କଳମଣି ହୋମିଓପାଥି କଲେଜ୍ ଗେଟ୍ ରେ ତାଲା ପଡ଼ିଛି। ୮ ଟି ଦାବିରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଗତକାଲି ଡାକ୍ତର ମାନେ ପିନ୍ଧୁ ଥିବା ଧଳା କୋଟ୍ କୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟ ଦାବୀ ହେଲା ଅଧିକ ଡାକ୍ତରୀ ପଦବୀ ସୃଷ୍ଟି , ପିଜି ସିଟ୍ ଏବଂ ଷ୍ଟାଇପେଣ୍ଡ ରେ ବୃଦ୍ଧି। କେବଳ ରାଉରକେଲା ନୁହେଁ ରାଜ୍ୟରେ ଥିବା ୭ ଟି ଆୟୁଷ କଲେଜ୍ ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓଲ୍ଲାହି ଛନ୍ତି। ଦୀର୍ଘ ୧୯ ଦିନ ଧରି କଳା ବ୍ୟାଚ୍ ପିନ୍ଧି ନିଜ ଦାବି ଉପସ୍ଥାପନ କରିଥିଲେ ଛାତ୍ର ଛାତ୍ରୀ। ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ୯ ଦିନ ହେଲା ପ୍ରତ୍ୟକ୍ଷ ଆନ୍ଦୋଳନ ଜାରି ରଖି ଛନ୍ତି।

Leave A Reply

Your email address will not be published.