ରାଉରକେଲା : ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ରାକେଟ୍ ର ଜଣେ ସଦସ୍ୟ ଗିରଫ।। ପେଶାଦାର ଅପରାଧୀ ସୁନିଲ ମାଝି ଗିରଫ।। ୫ ପିସ୍ତଲ୍, ୩୫ ଖଣ୍ଡା ଜବତ।

0 259

ରାଉରକେଲା:୨/୧୨(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କୁ ମିଳିଛି ବଡ ସଫଳତା। ପୋଲିସ ଜଣେ ଚୋରା ଅସ୍ତ୍ରଶସ୍ତ୍ର କାରବାର କରୁଥିବା ପେଶାଦାର ଅପରାଧୀ କୁ ଗିରଫ କରିଛି। ଗିରଫ ଅପରାଧୀ ସୁନିଲ ମାଝି ନାଁ ରେ ରାଉରକେଲା ର ବିଭିନ୍ନ ଥାନାରେ ୨୦ ରୁ ଅଧିକ ଅପରାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତ ଠାରୁ ପୋଲିସ୍ ୫ ଟି
ପିସ୍ତଲ୍, ୩ଟି ଗୁଳି , ୩୫ ଟି ଖଣ୍ଡା ଜବତ କରିଛି। ଝାଡ଼ଖଣ୍ଡ ରୁ ପିସ୍ତଲ୍ , ଖଣ୍ଡା ଆଦି ମାରଣାସ୍ତ୍ର ଆଣି ସୁନିଲ ରାଉରକେଲାରେ ଅପରାଧୀ ମାନଙ୍କୁ ଯୋଗାଇ ଦେଇଥାଏ। ସୋମବାର ରାତିରେ ସୁନିଲ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖ ନଦୀ ବ୍ରିଜ୍ ନିକଟରେ ପିସ୍ତଲ୍ ବିକ୍ରି କରିବା ଲାଗି ଗ୍ରାହକ କୁ ଅପେକ୍ଷା କରିଥିବା ବେଳେ ପୋଲିସ୍ ମାଡି ବସିଥିଲେ। ସୁନିଲ କୁ କାବୁ କରିବା ପରେ ପୋଲିସ ତା ଠାରୁ ଗୋଟିଏ ପିସ୍ତଲ୍ ଏବଂ ୩ ଟି ଗୁଳି ପାଇ ଥିଲେ। ଜେରା ପରେ ପୋଲିସ କୁଆଁରମୁଣ୍ଡା ଅଞ୍ଚଳରେ ସୁନିଲ ରହୁଥିବା ଭଡ଼ା ଘରେ ଚଢାଉ କରି ଆଉ ୪ଟି ପିସ୍ତଲ୍ ଏବଂ ୩୫ ଟି ଖଣ୍ଡା ଜବତ କରିଥିଲେ। ଏହି ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ରେ ଆଉ କେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ବାବଦରେ ପୋଲିସ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.