ରାଉରକେଲା : ମନ୍ତ୍ରୀଙ୍କ ସହ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆଲୋଚନା ବିଫଳ।। ଏବେ ରାତିରେ ମଧ୍ୟ ଆନ୍ଦୋଳନ ଚାଲିଛି।

0 353

ରାଉରକେଲା :୧/୧୨(ସତ୍ୟାନ୍ୟୁଜ) ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଜାରି ରଖିଛନ୍ତି ଆୟୁଷ ଛାତ୍ରଛାତ୍ରୀ। ରାଉରକେଲା ଉତ୍କଳମଣି ହୋମିଓ ପାଥି କଲେଜ୍ ଗେଟ୍ ରେ ଆଜିଭି ପଡିଛି ତାଲା। ଭିତରେ ବସି ଛନ୍ତି ଆନ୍ଦୋଳନ ରତ ଛାତ୍ରଛାତ୍ରୀ। ପୂର୍ବରୁ ଦିନରେ ବସୁ ଥିଲେ। ଏବେ ରାତିରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଶୀତ , କାକରରେ କଲେଜ୍ ପରିସରରେ ନିଜର ଦାବି ପୁରଣ ଲାଗି ଆନ୍ଦୋଳନ ଜାରି ରଖିଛନ୍ତି। ହାତରେ ପ୍ଲାକାର୍ଡ ଧରି ଦେଉଛନ୍ତି ସ୍ଲୋଗାନ। ଆଜି ଡ଼ାକ୍ତରୀ ଧଳା
କୋଟ୍ ମଧ୍ୟ ଓହ୍ଲାଇ ଦେଇ ଛନ୍ତି ଛାତ୍ରଛାତ୍ରୀ। ଏହି ସବୁ କୋଟ୍ କୁ।ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏମାନେ ସମସ୍ତେ ଡ଼ାକ୍ତରୀ ଛାତ୍ର। ରାଉରକେଲା ଉତ୍କଳମଣି ହୋମିଓପାଥି କଲେଜ୍ ର ଛାତ୍ର ଛାତ୍ରୀ ମାନେ କେତେକ ଦାବି ପୂରଣ ନେଇ ଗେଟ୍ ରେ ତାଲା ପକାଇବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିଛନ୍ତି। ଦାବୀ ହେଲା ଅଧିକ ଡାକ୍ତରୀ ପଦବୀ ସୃଷ୍ଟି , ପିଜି ସିଟ୍ ଏବଂ
ଷ୍ଟାଇପେଣ୍ଡ ରେ ବୃଦ୍ଧି। କେବଳ ରାଉରକେଲା ନୁହେଁ ରାଜ୍ୟରେ ଥିବା ୭ ଟି ଆୟୁଷ କଲେଜ୍ ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କୁ ଓଲ୍ଲାହିଛନ୍ତି। ଦୀର୍ଘ ୧୯ ଦିନ ଧରି କଳା ବ୍ୟାଚ୍ ପିନ୍ଧି ନିଜ ଦାବି ଉପସ୍ଥାପନ କରିଥିଲେ ଛାତ୍ର ଛାତ୍ରୀ। ମାତ୍ର ଆଜି ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆଜି ଆନ୍ଦୋଳନ ଜାରି ରହିଛି।

Leave A Reply

Your email address will not be published.