ରାଉରକେଲା : ଅସ୍ଥାୟୀ ସେଡ୍ କୁ ଉଚ୍ଛେଦ ଦାବିରେ ପାନପୋଷ ମୁନସୀପାଲ୍ ମାର୍କେଟ ସଂଘର ବିକ୍ଷୋଭ।। ଅକ୍ସନ କରିବା ପ୍ରସ୍ତାବ କୁ ବିରୋଧ।
ରାଉରକେଲା:୧/୧୨(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ମାର୍କେଟ ଦୋକାନ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ବିବାଦ ବଢ଼ି ବଢ଼ି ଚାଲିଛି। ପାନପୋଷ ମାର୍କେଟ ର ନୂତନ ବିଲ୍ଡିଂ ନିର୍ମାଣ ବେଳେ ସେଠାରେ ଥିବା ଦୋକାନୀ ମାନଙ୍କୁ ଅସ୍ଥାୟୀ ଦୋକାନ ଦିଆ ଯାଇଥିଲା। ମାର୍କେଟ ନିର୍ମାଣ ସରିବା ପରେ ଅସ୍ଥାୟୀ ଘରେ ଥିବା ଦୋକାନୀ ଙ୍କୁ ପୁଣି ମାର୍କେଟ ରେ ଅବସ୍ଥାପିତ କରା ଯାଇଥିଲା। ମାର୍କେଟ ବିଲିଡ଼ିଂ କାମ ସରିବା ପରେ ଉକ୍ତ ଅସ୍ଥାୟୀ ଦୋକାନକୁ ଭାଙ୍ଗି ଦେବାକୁ ପ୍ରତିଶ୍ରୁତି ଦିଆ ଯାଇଥିବା ଦୋକାନୀ ମାନେ କହିଛନ୍ତି। ମାତ୍ର ଏବେ ଏହି ଅସ୍ଥାୟୀ ଦୋକାନ ଗୁଡ଼ିକୁ ଅକ୍ସନ କରା ଯାଉଥିବା ଅଭିଯୋଗ କରା ଯାଉଛି। ଅସ୍ଥାୟୀ ଦୋକାନ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ପାନପୋଷ ମୁନିସିପାଲ୍ ମାର୍କେଟ ସଂଘ। ଅନ୍ୟ ପକ୍ଷରେ ସେଠାରେ ପୂର୍ବରୁ ଥିବା ଉଠା ଦୋକାନୀ ମାନେ ଉକ୍ତ ଅସ୍ଥାୟୀ ସେଡ୍ ରେ ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି। ଦୁଇ ଦିନ ପୂର୍ବେ ଉଠା ଦୋକାନୀ ମହାନଗର ନିଗମ କାର୍ଯ୍ୟଳୟ ସମ୍ମୁଖରେ ଅକ୍ସନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।