ରାଉରକେଲା : ଡକାୟତି ଯୋଜନା କରୁଥିବା ବେଳେ ତିନି ଗିରଫ , ୨ ଫେରାର।। ଖଣ୍ଡା , ଭୁଜାଲି ଆଦି ଜବତ।

0 200

ରାଉରକେଲା:୧/୧୨(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ତିନି ଜଣ ଦୁବୃର୍ତ୍ତ ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ଖଣ୍ଡା , ଭୁଜାଲି ଆଦି ମାରଣାସ୍ତ୍ର ଜବତ କରା ଯାଇଛି। ଚଢାଉ ବେଳେ ଅନ୍ୟ ଦୁଇ ଦୁବୃର୍ତ୍ତ ଫେରାର ହୋଇ ଯାଇଛନ୍ତି।
ଗତକାଲି ରାତିରେ ଏହି ଯୁବକ ମାନେ ବିର୍ସା ରୋଡ ଫଳ ମାର୍କେଟ ପଛ ପଟେ କୌଣସି ଅପରାଧ ଘଟାଇବାକୁ ଏକତ୍ରିତ ହୋଇ ଥିଲେ। ସୂଚନା ଅନୁସାରେ ସେମାନେ ସହରର ଏକ ଦୋକାନରେ ଡକାୟତି କରିବା ଲାଗି ଯୋଜନା କରୁଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରି ୩ ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରିଥିଲେ। ଫେରାର ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରା ଯାଇଛି।

Leave A Reply

Your email address will not be published.