ରାଉରକେଲା : ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ସୁନା , ରୂପା ସାମଗ୍ରୀ ଜବତ।। ୨ ଜଣଙ୍କୁ ଗିରଫ କଲା ୭ ନମ୍ୱର୍ ଥାନା ପୋଲିସ।

0 77

ରାଉରକେଲା:୨/୭
(ସତ୍ୟାନ୍ୟୁଜ) ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଚୋରି ମାମଲାର ପର୍ଦ୍ଦାଫାସ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ତଦନ୍ତ ବେଳେ ଧରାପଡ଼ିଥିବା ଅଭିଯୁକ୍ତମାନଙ୍କର ବହୁ ସମ୍ପତ୍ତି ଚୋରି ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ପରବର୍ତ୍ତୀ ପଚରାଉଚରା ଏବଂ ତଦନ୍ତ ଆଧାରରେ ଜଣେ ସୁନା ଦୋକାନୀ ନିକଟରୁ ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି।
ଜବତ ସାମଗ୍ରୀ ମଧ୍ୟରେ ରହିଛି ଦୁଇଟି ସୁନା ମୁଦି, ଏକ ଯୋଡ଼ା ସୁନା ଶଙ୍ଖା, ଗୋଟିଏ ରୂପା ଥାଳି, ଗୋଟିଏ ଛୋଟ ରୂପା ଗ୍ଲାସ, ଗୋଟିଏ ରୂପା ବ୍ରେସଲେଟ୍ ଏବଂ ତିନୋଟି ରୂପା ହାର।
ଏହି ଚୋରି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ତଦନ୍ତ ଚାଲିଛି। ମିଳି ନଥିବା ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ରାଉରକେଲା ପୋଲିସର ଅଭିଯାନ ଆଗକୁ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.