ବଣାଇ : ହାତୀ ଆକ୍ରମଣରେ ଜଣେ ଯୁବକ ମୃତ।। ଅନ୍ୟ ଜଣେ ୧୨ ବର୍ଷ ବାଳକ ଆହତ , ଅଳ୍ପକେ ବର୍ତ୍ତିଲେ।

0 321

ବଣାଇ: ୨୬/୧୧(ସତ୍ୟାନ୍ୟୁଜ) ଦିନ ଦ୍ଵିପ୍ରହରେ ହାତୀ ଆକ୍ରମଣ ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ୧୨ ବର୍ଷର ଜଣେ ବାଳକ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ବାଳକ ଜଣକ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି। ବଣାଇ ରେଞ୍ଜର ସରସରା ସେକ୍ସନ ର ପୋଡା ଗୋଠ ଜଙ୍ଗଲ ରେ ଏହି ଦୁଃଖଦ ଘଟଣା ଘଟିଛି। ଜଙ୍ଗଲ ରାସ୍ତା ଦେଇ ଫେରିବା ବେଳେ ଯୁବକ ଜଣକ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପରେ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଛନ୍ତି।

Leave A Reply

Your email address will not be published.