ସୁନ୍ଦରଗଡ଼ : ଟାଉନ୍ ଥାନା ପୋଲିସ୍ ବୋଲେରୋ ଗାଡ଼ି ସହ ବେଆଇନ୍ ଗଞ୍ଜେଇ ଜବତ କଲେ।। ୩ ଗିରଫ।। ନଗଦ ୩୧ ହଜାର ଟଙ୍କା ସହ ୯ କେଜି ଗଞ୍ଜେଇ ଜବତ।
ସୁନ୍ଦରଗଡ଼ : ୨୬/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ବେଆଇନ୍ ଗଞ୍ଜେଇ ଚାଲାଣ ରାକେଟ୍ ର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ।ପୋଲିସ୍ ଆତର୍କିତ ଭାବେ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତ ପ୍ରଶାନ୍ତ ବାରିକ , ଶୁଭେନ୍ଦୁ ଖଟୁଆ , ଜିତୁ ମହାନ୍ତି ପାଖରୁ ପୋଲିସ୍ ୯ କେଜି ଗଞ୍ଜେଇ ଜବତ କରିବା ସହ ନଗଦ ୩୧ ହଜାର ଟଙ୍କା ଜବତ କରିଛନ୍ତି। ଏହାଛଡା ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ବୋଲେରୋ ଗାଡ଼ି ଏବଂ ୩ ଟି ମୋବାଇଲ ଫୋନ୍ ଜବତ କରିଛନ୍ତି। ଅଭିଯୁକ୍ତ ମାନେ ବୌଦ୍ଧ ରୁ ଏହି ଗଞ୍ଜେଇ ସୁନ୍ଦରଗଡ଼ ଆଣୁଥିବା ବେଳେ ପୋଲିସ୍ ଧରିଥିଲା। ଏହି ଦୁବୃର୍ତ୍ତ ଙ୍କ ରାକେଟ୍ ରେ ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ୍ ତାର ତଦନ୍ତ କରୁଛି ବୋଲି ଏସଡିପିଓ ନିର୍ମଳ ମହାପାତ୍ର କହିଛନ୍ତି।