ସୁନ୍ଦରଗଡ଼ : ମଧ୍ୟସ୍ଥ ହୋଇସ୍ୱାମୀ – ସ୍ତ୍ରୀ ଝଗଡ଼ା ମେଣ୍ଟାଇବା ପଡ଼ିଲା ମହଙ୍ଗା।। ମଧ୍ୟସ୍ଥ ଯୁବକଙ୍କୁ ହତ୍ୟା କଲା ସ୍ୱାମୀ।

0 140

ସ୍ୱାମୀ-ସ୍ତ୍ରୀ ଝଗଡ଼ା ସମାଧାନ କରିବା ପଡ଼ିଲା ମହଙ୍ଗା, ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା
ସୁନ୍ଦରଗଡ଼, ୨୭/୬: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଯମୁନା ପଞ୍ଚାୟତର ମୟାବାହାଲ ଦେହୁରୀପଡ଼ାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରେ ମଧ୍ୟସ୍ଥତା କରିବାକୁ ଯାଇଥିବା ପଡ଼ୋଶୀ ଯୁବକ ହେମନ୍ତ ନାଏକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ପୁଲିସ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କନ୍ଦର୍ପ ଦେହୁରୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଭୟଭୀତ ହୋଇ ସ୍ତ୍ରୀ ପଡ଼ୋଶୀ ହେମନ୍ତ ନାଏକଙ୍କ ଘରକୁ ଦୌଡ଼ି ପଳାଇଥିଲେ। କନ୍ଦର୍ପ ମଧ୍ୟ ସେଠାରେ ପହଞ୍ଚି ପୁଣି ଝଗଡ଼ା କରିଥିଲେ। ସେତେବେଳେ ହେମନ୍ତ ଓ ତାଙ୍କ ପରିବାର ଲୋକେ ଉଭୟଙ୍କୁ ବୁଝାଇ ପରିସ୍ଥିତିକୁ ଶାନ୍ତ କରିଥିଲେ।
କିନ୍ତୁ ରାତି ପ୍ରାୟ ୧୧ଟା ବେଳେ ହେମନ୍ତ ଘର ବାହାରେ ବସିଥିବା ସମୟରେ କନ୍ଦର୍ପ ପୁଣି ଫେରି ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତ ଯୋଗୁଁ ହେମନ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଖବର ପାଇ ତଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବାବେଳେ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।
ଏହି ହତ୍ୟାକାଣ୍ଡ ପରେ ସମଗ୍ର ମୟାବାହାଲ ଦେହୁରୀପଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.