ରାଉରକେଲା : ଷ୍ଟିଲ ଟାଉନସିପ୍ ରେ ଜରୁରୀ ସେବାକୁ ଘରୋଇ କରଣ ଯୋଜନାକୁ ଇସ୍ପାତ କାରଖାନା କର୍ମଚାରୀ ସଂଘର ବିରୋଧ।। ବିକ୍ଷୋଭ ପ୍ରଦର୍ଶନ।

0 147

ରାଉରକେଲା : ଷ୍ଟିଲ ଟାଉନସିପ୍ ରେ ଜରୁରୀ ସେବାକୁ ଘରୋଇ କରଣ ଯୋଜନାକୁ ଇସ୍ପାତ କାରଖାନା କର୍ମଚାରୀ ସଂଘର ବିରୋଧ।। ବିକ୍ଷୋଭ ପ୍ରଦର୍ଶନ।ରାଉରକେଲା : ୪/୧୧
ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରାଞ୍ଚଳରେ ବିଦ୍ୟୁତ୍ ସେବା , ସଫେଇ ଆଦି ଜରୁରୀ ସେବା କୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଘରୋଇ କରଣ କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛି ଭାରତୀୟ ମଜଦୂର ସଭା ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ। ଏହାଛଡା ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ଥିବା ଅଭିଯୋଗ କରିଛି ଏହି ଶ୍ରମିକ ସଂଗଠନ। ସ୍ବାସ୍ଥ୍ୟ ସେବା ସୁଧାରିବାକୁ ଏବଂ ଜରୁରୀ ସେବା ର ଘରୋଇ କରଣ ବନ୍ଦ କରିବା ଦାବିରେ ଆଜି ଆର୍ ଏସ ପି କର୍ମଚାରୀ ସଂଘ ପକ୍ଷରୁ ଟାଉନ୍ ଇଞ୍ଜିନିୟରିଂ ବିଭାଗ ନିଷ୍ପତ୍ତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା।

Leave A Reply

Your email address will not be published.