ରାଉରକେଲା:୨/୧୧(ସତ୍ୟାନ୍ୟୁଜ) ଦୀପାବଳି ସରି ଗଲାଣି। କିନ୍ତୁ ଏବେ ମଧ୍ୟ ଲୋକ ମାନେ ବେଆଇନ୍ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ କରି ଘରେ ରଖିଛନ୍ତି। ରାଉରକେଲା ବନ୍ଧମୁଣ୍ଡା ଥାନା ପୋଲିସ୍ , ଡିଜେଲ କଲୋନୀ ନିକଟ ରେଲୱେ ମାର୍କେଟ ରେ ଚଢ଼ାଉ କରି ଏକ ଘରୁ ବିପୁଳ ପରିମାଣର ବାଣ ଜବତ କରିଛନ୍ତି। ଜବତ୍ ବାଣ ୩ କୁଇଣ୍ଟାଲ୍ ରୁ ଅଧିକ ହେବ ବୋଲି କୁହା ଯାଉଛି। ବେଆଇନ୍ ବାଣ ଗଚ୍ଛିତ ଅଭିଯୋଗରେ ପୋଲିସ୍ ଜଣଙ୍କୁ ଗିରଫ କରିଛି। ଏପରି ବାଣ ଗଚ୍ଛିତ ରଖିବା ବିପଜ୍ଜନକ ହୋଇଥିବାରୁ ପୋଲିସ୍ ର କାର୍ଯ୍ୟନୁଷ୍ଠାନ ଜାରି ରହିବ ବୋଲି ପୋଲିସ୍ ସୂତ୍ର ରୁ ପ୍ରକାଶ। ଆଗକୁ କାର୍ତ୍ତିକ ପୂର୍ଣ୍ଣିମା , ବଡଦିନ , ନୂଆବର୍ଷ ଥିବାରୁ କେତେକ ବ୍ୟବସାୟୀ ବାଣ ଗଚ୍ଛିତ ରଖୁଥିବା ସୂଚନା ମିଳୁଛି।