ରାଉରକେଲା : ଟ୍ରେନ ଦୁର୍ଘଟଣାରେ ୬ ମୃତ।। ବିଳାସପୁର ଷ୍ଟେସନ୍ ନିକଟରେ ପ୍ୟସେଞ୍ଜର ଟ୍ରେନ୍ ମାଲ ଗାଡ଼ି ଦୁର୍ଘଟଣା।

0 248

ରାଉରକେଲା : ୪/୧୧
(ସତ୍ୟାନ୍ୟୁଜ) ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳି ଥିବା ବେଳେ ବହୁ ଯାତ୍ରୀ ଆହତ ହୋଇ ଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ ଚିକିତ୍ସା ପାଇଁ ପଠା ଯାଉଛି। ହାୱଡା – ମୁମ୍ବାଇ ମାର୍ଗରେ ଏହି ଦୁର୍ଘଟଣା ଘଟି ଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଉରକେଲା ଷ୍ଟେସନ୍ ରେ ଜରୁରୀ କାଳୀନ ସୂଚନା କେନ୍ଦ୍ର ଖୋଲା ଯାଇଛି। ଏହା ୨୪ ଘଣ୍ଟା କାମ କରିବା ଏବଂ ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବ।
ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ ଟା ବେଳେ ଛତିଶଗଡ ର ବିଳାସପୁର ଷ୍ଟେସନ୍ ନିକଟରେ ଏକ ମାଲବାହୀ ଟ୍ରେନ୍ ଉପରେ ପ୍ୟାସେଞ୍ଜର ଟ୍ରେନ୍ ଚଢ଼ି ଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ୩୦ ରୁ ୪୦ ଜଣ ଆହତ ହୋଇ ଛନ୍ତି। ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଛନ୍ତି। ସ୍ଥାନୀୟ ପ୍ରଶାସନ , ଆର୍ ପି ଏଫ୍ , ଜିଆରପି , ସ୍ବେଚ୍ଛାସେବୀ ସଂଗଠନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ଅଧିକରୁ ଅଧିକ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି। ଏକ ମାଲବାହୀ ଟ୍ରେନ୍ କୁ କୋରବା ପ୍ୟସେଞ୍ଜର ଟ୍ରେନ୍ ଧକ୍କା ଦେବାରୁ ବହୁ ବଗି ଲାଇନ୍ ଚ୍ୟୂତ ହୋଇ ଥିବା ସୂଚନା ମିଳିଛି।

Leave A Reply

Your email address will not be published.