ରାଉରକେଲା : ୨/୧୧
(ସତ୍ୟାନ୍ୟୁଜ) ହାତୀ – ମଣିଷ ଲଢେ଼ଇ ରେ ରାଉରକେଲା ରେ ଚାଲିଗଲା ଆଉ ଜଣଙ୍କ ଜୀବନ। ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର୍ ପଞ୍ଚାୟତ ରେ ହାତୀ ଆକ୍ରମଣରେ ରୁପନ୍ ସମାସି ନାମକ ଜଣେ ୬୩ ବର୍ଷୀୟ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରୂପନ୍ ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇଥିଲେ। ଆଜି ସକାଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ଗତ ସେପ୍ଟେମ୍ବର ୨୬ ତାରିଖରେ ମଧ୍ୟ ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ମଧ୍ୟ ଦନ୍ତା ହାତୀ ଉକ୍ତ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି। ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ହାତୀ ପ୍ରତି ସତର୍କ ରହିବାକୁ ପ୍ରଚାର କରା ଯାଉଛି।
ଦୁଇ ଦିନ ପୂର୍ବରୁ ବନ୍ଧମୁଣ୍ଡା ପ୍ରେମ ନଗର ଅଞ୍ଚଳ ରେଳ ଲାଇନ୍ ଉପରେ ଥିବା ହାତୀ ଦଳ ଏବେ ଲାଠିକଟା ଅଞ୍ଚଳ କୁ ପଳାଇ ଆସିଛନ୍ତି। ଏହି ଦଳରୁ ଗୋଠ ଛଡା ହୋଇ ଏହି ଦନ୍ତା ମୁଣ୍ଡାଜୋର୍ , ଦୋଲକୁଦର୍ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି।