ରାଉରକେଲା : ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ।। ସଚେତନତା ଶୋଭାଯାତ୍ରା ସହ ସେମିନାର ଆୟୋଜିତ।

0 109

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରା ଯାଇପାରିବ : ବ୍ରିଜେଶ ରାଏ
ରାଉରକେଲା : ୧/୧୧/୨୫:
(ସତ୍ୟାନ୍ୟୁଜ) ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ମିଳିତ ସହଯୋଗରେ  ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚଳିତ  ଵର୍ଷ ଅକ୍ଟୋବର ୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି l
ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି ” ଦୁର୍ନିତି ନିବାରଣ : ଆମ ସାମୁହିକ ଦାୟିତ୍ବ”  l
ଆଜିର କାର୍ଯ୍ୟକ୍ରମରେ ପଶ୍ଚିମାଂଚଳ ଆରକ୍ଷୀ ଉପମହାନୀରିକ୍ଷକ ଶ୍ରୀ ବ୍ରିଜେଶ ରାଏ  ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ଏହି ଅବସରରେ ସେ କହିଥିଲେ ଯେ ସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରା ଯାଇପାରିବ l ଯୁବ ପିଢି ମାନେ ଏହା ପାଇଁ ଆଗେଇ ଆସନ୍ତୁ l 
ଦୁର୍ନୀତି ନିବାରଣ କଲେ ହିଁ  ସମାଜର ତଥା ଦେଶର ପ୍ରଗତି ସୁନିଶ୍ଚିତ ହେବ l
ମୁଖ୍ୟ ବକ୍ତାଭାବରେ ଯୋଗଦାନ କରି ମ୍ୟୁନିସିପାଲ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ସଂଜୟ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତା ର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ l  ସମସ୍ତଙ୍କୁ ନିଜ ମାନସିକତାରେ ପରିବର୍ତନ କରିବାକୁ ଆହ୍ବାନ କରିଥିଲେ ା

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ହାଇସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୁଇଜ , ବିତର୍କ, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା। ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା।
   
  ଏହା ପୂର୍ବରେ ଆଜି ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରୁ ଆଇଟିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ପାନପୋଷ କ୍ରୀଡା ଛାତ୍ରାବାସ ର ଛାତ୍ରଛାତ୍ରୀ , ମୁନିସିପାଲ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଦୁର୍ନିତି ନିବାରଣ ବିଭାଗର ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଆଦି ସାମିଲ ହୋଇଥିଲେ l
ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଉପ ଜିଲ୍ଳାପାଳ ଚାନ୍ଦିନୀ ,  ଡେପୁଟି କେଲକ୍ଟର ନିବେଦିତା ପ୍ରଧାନ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l

ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ  ଶପଥ ପାଠ କରାଇଥିଲେ।  ଉପ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ  ଯୋଗେଶ ପ୍ରସାଦ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ମଂଚ ପରିଚାଳନା କରଥିଲେ l

Leave A Reply

Your email address will not be published.