ରାଉରକେଲା : ଘର କବାଟ ଭାଙ୍ଗି ଚୋରି କରୁଥିବା ଦୁଇ ଝାଡ଼ଖଣ୍ଡ ଅପରାଧୀ ଗିରଫ।। କାର ସହ ଲକ୍ଷାଧିକ ଟଙ୍କାର ସୁନା , ରୂପା ଗହଣା ଜବତ।
ରାଉରକେଲା : ୧/୧୧
(ସତ୍ୟାନ୍ୟୁଜ) କାର ରେ ବୁଲି ବୁଲି ଘରୁ ଚୋରି କରୁଥିଲେ ସୁନା ରୂପା ଗହଣା ସହ ମୂଲ୍ୟବାନ ସାମଗ୍ରୀ। କାର ଝାଡ଼ଖଣ୍ଡ ରେ ହୋଇଥିବା ଏଥିରେ ଲଗା ହୋଇ ଥିଲା ଓଡ଼ିଶା ରେଜିଷ୍ଟ୍ରେସନ୍ ନମ୍ୱର୍। ଲୋକଙ୍କ ମନରେ ଯେପରି ସନ୍ଦେହ ନହୁଏ ସେଥି ପାଇଁ ଏପରି ଚାଲ୍ ଖେଳି ଥିଲେ ଅପରାଧୀ। ପୋଲିସ ଆଖି ରେ ଧୂଳି ଦେଇ ଏହି ଝାଡ଼ଖଣ୍ଡ ଅପରାଧୀ ମାନେ ସେକ୍ଟର ଅଞ୍ଚଳରେ କ୍ୱାର୍ଟର କବାଟ ଭାଙ୍ଗି ଲୁଟ୍ କରୁଥିଲେ। କେବଳ ୭ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳରେ ଏହି ଦୁର୍ବୃତ୍ତ ମାନେ ୭ଟି ସ୍ଥାନରେ ଘର କବାଟ ଭାଙ୍ଗି ଚୋରି କରିଛନ୍ତି। ଗତ ଅଗଷ୍ଟ ମାସରେ ୭ ନମ୍ୱର୍ ସେକ୍ଟର ରେ ରହୁଥିବା କୈଳାଶ ଚନ୍ଦ୍ର ନାୟକ ଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା , ରୂପା ଗହଣା ଲୁଟି ନେଇଥିଲେ। ଏ ବାବଦରେ ଥାନାରେ ରିପୋର୍ଟ ହେବା ପରେ ପୋଲିସ ତଦନ୍ତ କରି ଝାଡ଼ଖଣ୍ଡ ର ଶମ୍ଭୁ କୁମାର ଏବଂ ଅଙ୍କିତ ରାଜକୁମାର ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ପୋଲିସ୍ ଚୋରି ରେ ବ୍ୟବହୃତ କାର ସହ ଲକ୍ଷାଧିକ ଟଙ୍କା ର ସୁନା ରୂପା ଗହଣା ଜବତ କରିଛନ୍ତି।